ହସି ଉଠିବ ଏ ମହୀ
ହସି ଉଠିବ ଏ ମହୀ
କେଡ଼େ କଉଶଳେ ଗଢ଼ିଛନ୍ତି ଧାତାଏ ଆନନ୍ଦମୟ ସୃଷ୍ଟି,
ତା' ଭିତରେ ଶ୍ରେଷ୍ଠ ମାନବ ଜୀବନଧନ୍ୟ ତାଙ୍କ କୃପା ଦୃଷ୍ଟି ।
ଅମୃତପ୍ରତିମ ଜୀବନ ଅଟଇ ଅମୂଲ୍ୟ ଅତୁଲ୍ୟ ସଦା,
ସୁଖ, ଦୁଃଖ, ହସ, କାନ୍ଦ, ମିଶାମିଶି ମିଛ ନୁହେଁ ଏହା କଦା ।
ଅପୂର୍ଣ୍ଣ କାମନା, ଦେହ ପୀଡ଼ା ଆଉ କ୍ଳେଶମୟ ପରିସ୍ଥିତି,
ଜୀବନକୁ କରେ ଅତି ଦୁଃଖମୟ ଲାଗଇ ଅସହ୍ୟ ଅତି ।
କର୍ମକରି ଯେବେ ସଫଳତା ମିଳେସୁସ୍ଥ ରହେ ଦେହ ମନ,
କାମନା ପୂରିଲେ ହସ କୌତୁକରେ ଆପେ ବିତିଯାଏ ଦିନ ।
କା' ଜୀବନେ ଭଲା ନାହିଁ ଦୁଃଖ କ୍ଳେଶରୋଗ ବଇରାଗ କିଛି,
ତଥାପି ଯେ ବିଦ୍ୟା, ବୁଦ୍ଧି, ଜ୍ଞାନ ବଳେମାନବ ଶ୍ରେଷ୍ଠ ହୋଇଛି ।
କଥାରେ ଅଛି ପା' ଘର କରିଥିଲେ ପଥର ପଡ଼ିଲେ ସହି,
ଆନ ହିତ ଲାଗି କରମଟି କଲେ ହସି ଉଠିବ ଏ ମହୀ ।
ସୁଖରେ ଅଧିର ବିପଦେ କାତର ନୋହି କରିଯିବା କାର୍ଯ୍ୟ,
ବିଭୁଙ୍କ ନାମକୁ ସ୍ମରଣ କରିଲେଦେବେ ସୁଖ, ଶାନ୍ତି, ଧୈର୍ଯ୍ୟ ।