ନଈ
ନଈ
ମୋର ଜନ୍ମ ଗିରି କନ୍ଦରରେ ମୋ
ପାଖରେ ନାହିଁ ଭେଦ ଭାବ,
ମୋର ଧର୍ମ ପରା ସବୁବେଳେ
ନିମ୍ନ ଗତିର ସ୍ଵଭାବ ।
ଜଗତରେ କେହି ନାହିଁ ତଳକୁ
ଗତି କରିବା ପାଇଁ,
ସମସ୍ତ ପ୍ରାଣୀ ଜୀବନଙ୍କ ସୁଖ
ସାରା ସଂସାର ପାଇଁ ।
ବିଧାତା ହାତରେ ଗଡା ମୁଁହି
ତାହାରି ଇଚ୍ଛାରେ,
ହସି ଖୁସି ମନରେ ନାହିଁ କିଛି ଡର
କୁଳୁ ଶବ୍ଦ ଆନନ୍ଦରେ ।
ମୋର ଗରଭେ କେତେ ମୀନ
କଚ୍ଛପ ଉଲ୍ଲାସେ ବିହରନ୍ତି,
ତୃଷ୍ଣା ମେଣ୍ଟାଇବା ପାଇଁ ମୋତେ
କୋଟି ଜୀବ ଗ୍ରହଣ କରନ୍ତି ।
ମୋର ବିନ୍ଦୁ ବିନ୍ଦୁ ଧାରରେ ଗଢା ଗଙ୍ଗା
ସେହି ନୀର ଜନ ପାନ କରନ୍ତି,
ଅମ୍ବୁରେ ପୁଣି ନିର ଶ୍ରୀହରି ସ୍ନାନ ଯେ
ଅତି ଆନନ୍ଦରେ କରନ୍ତି ।
ଦିନମଣି ସୁଧାକର ମୋ ବକ୍ଷରେ
ଆଲୋକକୁ ଥାଏ,
ହୁତାଶନକୁ ରାଗକୁ ମୁଁ ପୁଣି
ବିନାଶ କରିଥାଏ ।
