STORYMIRROR

Gangotri Priyadarshini

Action Classics Inspirational

3  

Gangotri Priyadarshini

Action Classics Inspirational

ଶିକ୍ଷକ

ଶିକ୍ଷକ

1 min
260


ବିଶ୍ୱକୁ ପ୍ରଦାନ ଶିକ୍ଷାର ମାନ

ଶିକ୍ଷା ଦାନ ତାଙ୍କ ଅଟେ ମହାନ 

ବିଶ୍ୱାସ ର ଭାର କାନ୍ଧରେ ଥାଏ

ଗୁରୁ ସାହଚର୍ଯ୍ୟ କି ଅନ୍ୟଥା ହୁଏ !!


କୁମ୍ଭାର ପରି କଞ୍ଚା ମାଟି ହାତରେ

ଚାଲି ଶିଖାନ୍ତି ସେ କୁନି ପାଦରେ 

ସ୍ନେହ ଆକଟ କୁ ସାଥିରେ ଧରି

ବାନ୍ଧି ହୋଇଯାଏ ସମ୍ପର୍କ ଡୋରି !!


ଶିକ୍ଷକ ଯୋଡ଼ନ୍ତି ପୁଣି ଅମ୍ବର ଧରା

ଚତୁର୍ଦ୍ଦିଗେ ବାଜେ ସମ୍ମାନ ନାଗରା 

ଇତିହାସ ସ୍ରଷ୍ଟା ସୃଷ୍ଟି ବର୍ତ୍ତମାନ ରେ

ଶିକ୍ଷକ ଈଶ୍ୱର ରୂପେ ଧନ୍ୟ ମହୀରେ !!


ଅନ୍ଧାର ରୁ ଆଲୋକ ର ପଥ ଦେଖାନ୍ତି

ଜୀବନ ରେ ପୁଣ୍ୟ ବଳେ ଗୁରୁ ମିଳନ୍ତି

ବିଦ୍ୟା ବଳେ ବଳୀୟାନ ସଂସାରେ ନର

ଗୁରୁ ବିନା ଛାତ୍ର ଜୀବନ କି ନାରଖାର !!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action