STORYMIRROR

Amit Bal

Tragedy Action Inspirational

3  

Amit Bal

Tragedy Action Inspirational

(୦୧)*ଅସହାୟ ମାନବ*ସ୍ମୃତି ୨୦୨୦

(୦୧)*ଅସହାୟ ମାନବ*ସ୍ମୃତି ୨୦୨୦

1 min
147

ଅନୁକୂଳଟା ତ ଠିକ୍ ଠାକ୍ ଥିଲା

       ହୃଦୟରେ ଅସରନ୍ତି ଉତ୍ସାହ ଧରି

ମଝିରେ ଦଇବ କି ଦାଉ ସାଜିଲା

      ସଂସାର ଉଜୁଡିଲା ତାସ ଘର ପରି ,


ଜୀବନ ସତେକି ମିଛ ମନେହେଲା

     ଅବେଳରେ ଲିଭିଲା କୁଳର ପ୍ରଦୀପ

ମନର ସନ୍ତାପ ବୁଝିବା ଆଗରୁ

     ମୁଣ୍ଡ ରେ ପଡ଼ିଲା ଘରର ସବୁଚାପ ,


କେବେ ପୁଅ ଗଲା ବାପ କାନ୍ଧରେ ତ

    କେବେ ବାପ ଗଲା ପୁତୁରାର କାନ୍ଧରେ

କେବେ ପୁଣି ଏଠି କାନ୍ଧ ମିଳିଲାନି

   ଶବ ବୁହା ହେଲା ସେଇ ଠେଲା ଉପରେ,


ପ୍ରଗତି ବିକାଶ ସବୁ ଥମି ଗଲା

      ବସ୍ ମଟର ଟ୍ରେନ ଅଟକି ରହିଲା

ହାତ ପାଆନ୍ତାରୁ ସତେକି ପୃଥିବୀ

    ଆଉ କେଉଁ ଦୁନିଆକୁ ଦୂରେଇ ଗଲା ,


ସମସ୍ତେ କହିଲେ ଏମିତି ବର୍ଷ ଟେ

  ଆଗରୁ ଜୀବନରେ କେ ଦେଖି ନଥିଲେ

ଖରା ବର୍ଷା ଶୀତେ ମୁହେଁ ପଟି ବାନ୍ଧି

     ଘରେ ରହିବାରୁ ଆଜି ବଞ୍ଚି ରହିଲେ .... ।

        

       


       

        




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy