ବାୟାଣୀ ନୁହେଁ ଭଗାରୁଣୀ
ବାୟାଣୀ ନୁହେଁ ଭଗାରୁଣୀ
ଛୁଆଟେ କାଖେଇ ପାଗଳୀ ଟା ହଉଥିଲା ହନ୍ତସନ୍ତ
ତା ଆଡକୁ କାହାର ନଜର ନଥିଲା ନଥିଲେ ଦୟାଵନ୍ତ
ଆଶ୍ରମ ଆଗରେ ତପଃସ୍ବୀ ଦେଖିଲେ ନିରୀହ ଶିଶୁର ହସ୍ତ
ଦୟା ହୋଇଲା ଡ଼ାକିଲେ ଆଶ୍ରମେ ପାଗଳୀ ହେଲା ଜୀବନ୍ତ
କରିଗଲା ସେବା କର୍ମ କେତେ ହୋଇ ଯେ ସେ ନିର୍ଲିପ୍ତ
ଛୁଆଟି ପାଇ ରାହାଟି ଫୁଲ ପରି ହେଲା ବିକଶିତ
ସେ କେଉଁ କାମାନ୍ଧ ବାୟାଣୀ କୁ କରିଛି ଅସମ୍ମାନିତ
ବାୟାଣୀ କୁ ସାଧୁ ବୁଝେଇ କହିଲେ ତୁ ନୁଁହ ଅପବିତ୍ର
ନିରୀହ ଅବଳା ଙ୍କୁ ସମ୍ମାନ କର ପ୍ରସାରୀ ହସ୍ତ
କୂଳ କିନାରା ପାଇ ବାୟାଣୀ ଭଲ ହୋଇଗଲା ତା ସଙ୍ଗେ ତା ପୁତ୍ର
