STORYMIRROR

Sunanda Mohanty

Action Inspirational Others

3  

Sunanda Mohanty

Action Inspirational Others

ବାୟାଣୀ ନୁହେଁ ଭଗାରୁଣୀ

ବାୟାଣୀ ନୁହେଁ ଭଗାରୁଣୀ

1 min
153

ଛୁଆଟେ କାଖେଇ ପାଗଳୀ ଟା ହଉଥିଲା ହନ୍ତସନ୍ତ 

ତା ଆଡକୁ କାହାର ନଜର ନଥିଲା ନଥିଲେ ଦୟାଵନ୍ତ 

ଆଶ୍ରମ ଆଗରେ ତପଃସ୍ବୀ ଦେଖିଲେ ନିରୀହ ଶିଶୁର ହସ୍ତ 

ଦୟା ହୋଇଲା ଡ଼ାକିଲେ ଆଶ୍ରମେ ପାଗଳୀ ହେଲା ଜୀବନ୍ତ 

କରିଗଲା ସେବା କର୍ମ କେତେ ହୋଇ ଯେ ସେ ନିର୍ଲିପ୍ତ 

ଛୁଆଟି ପାଇ ରାହାଟି ଫୁଲ ପରି ହେଲା ବିକଶିତ 

ସେ କେଉଁ କାମାନ୍ଧ ବାୟାଣୀ କୁ କରିଛି ଅସମ୍ମାନିତ 

ବାୟାଣୀ କୁ ସାଧୁ ବୁଝେଇ କହିଲେ ତୁ ନୁଁହ ଅପବିତ୍ର 

ନିରୀହ ଅବଳା ଙ୍କୁ ସମ୍ମାନ କର ପ୍ରସାରୀ ହସ୍ତ 

କୂଳ କିନାରା ପାଇ ବାୟାଣୀ ଭଲ ହୋଇଗଲା ତା ସଙ୍ଗେ ତା ପୁତ୍ର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action