STORYMIRROR

Amit Bal

Tragedy Action Inspirational

3  

Amit Bal

Tragedy Action Inspirational

ସଙ୍ଗରୋଧ

ସଙ୍ଗରୋଧ

1 min
215


ସଙ୍ଗରୋଧରେ ବିତିଗଲା ତମାମ ବର୍ଷ

        ରାସ୍ତା ଘାଟରେ ଖେଳୁଥିଲା ନିର୍ଜନତା

ଅଦୃଶ୍ୟ କରୋନାର ସେଇ କୋକୁଆ ଭୟ

         ଅଚିରେ ହଜେଇଦେଲା ମାନବିକତା,


ଘରେ ଘରେ ସଭିଏଁ ହେଲେ ନଜର ବନ୍ଦୀ

         ମହାମାରୀରୁ ନିସ୍ତାର ପାଇବା ପାଇଁ

ଦାଦନ ଶ୍ରମିକ ହେଲା ଘର ମୁହାଁ ନୀତି

        ଭୋକ ଓପାସରୁ ନିଜେ ବର୍ତ୍ତିବା ପାଇଁ ,


ଜୀବନ ଦୁର୍ବିସହ ହେଲା ସଙ୍ଗରୋଧରେ

         ଦିନ ବିତିଲା ଅୟୁତ ଯନ୍ତ୍ରଣା ଧାରେ

ବନ୍ଦ ହେଲା ପୁଣି କେତେ କେତେ ନିଃଶ୍ବାସ

         ବାପ ଆଗରେ ଲିଭିଲା ଝିଅର ହସ,


ଆଗୁକୁ କ'ଣ ହେବ କେହି ଜାଣୁ ନଥିଲା

        ଭୟ ଭ୍ରାନ୍ତି ଲୁହ ହିଁ ତ ସବୁଠି ଥିଲା

ଶୂନ୍ୟତା ଭରିଥିଲା ସଭିଙ୍କ ଦୁନିଆରେ

    କେତେ ପ୍ରାଣ ଉଡିଗଲା ସେ କରୋନାରେ,


ସଙ୍ଗରୋଧ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ମାନଥିଲେ ଠିକ୍ ରେ ହୁଏତ

         ସୁରକ୍ଷିତ ରହିଥାନ୍ତା ଦେଶ ନିଶ୍ଚିତ

ବେସୁରା ଜୀବନକୁ ଏବେ ସଙ୍ଗୀତେ ଭରି

       ସବୁଲୋକ ଗାଉଥାନ୍ତେ ଜୀବନ ଗୀତ  ।



    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy