Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Action Inspirational

4.0  

Amit Bal

Action Inspirational

ବିଦ୍ଯାର୍ଥୀ

ବିଦ୍ଯାର୍ଥୀ

1 min
215


ବିଦ୍ୟା ଅର୍ଜନ ର ଅଭିପ୍ରାୟ ନେଇ ଯିଏ

       ସାଜେ ନକ୍ଷତ୍ର , ମୁଖରିତ ଶିକ୍ଷା ଆକାଶର ,

ଅଣ୍ଟା ଭିଡେ ଭାଙ୍ଗି ଦେବା ପାଇଁ ତମସାକୁ,

      ଜ୍ଞାନ ଦୀପ ସାଥେ, ସେ ଅପାରଗ ସମାଜର ,

        

ମୁକ୍ତଛନ୍ଦ ତୋଳି ଚେତନାର ଚୈ।ହଦୀରେ

      ଯିଏ ଦେଖିପାରେ ଆଖିତଳ ଅମା ଅନ୍ଧାର,

କେବଳ ନିଜ ଜୀବନର ପଥେ ହିଁ ନୁହେଁ

     ଜଗତରେ ଜ୍ଞାନବଳେ ଆଣିପାରେ ସଂସ୍କାର ,


ବିଦ୍ୟାର୍ଥୀ ପରିଚାୟକ ଅଖଣ୍ଡ ନିଷ୍ଠାର

        ଦେଶ ଉନ୍ନତି କଳ୍ପେ କଡା ଅନୁଶାସନର,

ସେ ତ ସୃଜନର ମେଘବର୍ଣ୍ଣି ଶ୍ଯାମଳୀମା

         ସ୍ବୟଂ ହିଁ ସୂତ୍ରଧର ସାମାଜିକ ବିପ୍ଳବର ,


ଏକା କିଛି କରିବାର ସମ୍ଭାବନା ଖୋଜି

        ଅନ୍ଧାରରେ ଜଳୁଥାଏ ବହ୍ନି ଶିଖାଟେ ହୋଇ

ଆଖି ଖୋଲି ଦେଖେ ଦୁନିଆକୁ ଯେବେ ଯେବେ

        କର୍ମ ପ୍ରବଣତା ଜାଗେ ସ୍ବପ୍ନ ସବୁକୁ ନେଇ ,


ଶୃଙ୍ଖଳା ର ଅକ୍ଷୂର୍ଣ୍ଣ ସୀମାରେଖା ଡେଇଁ ସେ

       ବେଳେ ସାମିଲ ହୁଏ ପରିବର୍ତ୍ତନ ସ୍ରୋତରେ

ଯେବେ ଆକାଂକ୍ଷିତ ପୃଥିବୀ ରଙ୍ଗ ବଦଳେ

       ହାତଟେକି ଦେଇ ଆଉ କାହାର ଇଙ୍ଗିତରେ  ।

       


Rate this content
Log in

Similar oriya poem from Action