STORYMIRROR

SACHALA GURU

Action

3  

SACHALA GURU

Action

ମୋ ଜୀବନର ଅନୁଭୂତି

ମୋ ଜୀବନର ଅନୁଭୂତି

1 min
213

ଗ୍ରାମ ବ୍ରହ୍ମପୁରା ନାମ ମୋ ସଚଳା 

  କଟକ ଜିଲ୍ଲାରେ ଘର 

ମାତା ଯେ ମୋହର ଲକ୍ଷେ ଦିଅଁ ପୁଜି 

  କୋଳେ ଧରି ଥିଲା ତା'ର II

ପିତା ମାତାଙ୍କର ଅତି ଅଲିଅଳି 

   ଅଭାବ ନ ଥିଲା ମୋର 

ପାଠ ପଢ଼ା ପ୍ରତି ଦେଇ ଥିଲେ ଧ୍ୟାନ 

    କିଣନ୍ତି ବହି ପତର II

ଘର ର କାମ କୁ ପାଠ ପଢିବାକୁ 

   ସବୁଠି ଥାଏ ମୋ' ମନ 

ପ୍ରତ୍ୟେକ କର୍ମକୁ ଯତନେ କରଇ 

    ପଢ଼ରେ ରଖଇ ଧ୍ୟାନ II

ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ଯାଏ

   ପଢ଼ା ଅତିକ୍ରମ କରି 

ସେହି ସମୟରେ ବିବାହ କରିଲି 

   ଗଲି ବଧୂ ବେଶ ଧରି II

ଶାଶୁ ଘରେ ରହି ଫାର୍ମାସି ପଢ଼ିଲି 

  କଟକ ଜିଲ୍ଲାରେ ରହି 

ଶ୍ରୀରାମଚନ୍ଦ୍ରଙ୍କ ମହା ବିଦ୍ୟାଳୟେ 

  ଔଷଧ ତିଆରି ସେହି II

ଫାର୍ମାସି ସାରିଲି ଝିଅ ଜନ୍ମ ଦେଲି 

  ନାମ ତାର ମନସ୍ବିନୀ 

ମାସକର କନ୍ୟା ହୋଇଥିଲା ବେଳେ 

  ଚାକିରୀ ପାଇଲି ମୁଁହି II

କିଛି ଦିନ ଅନ୍ତେ ବି.ଏ.ବି.ଏଡ଼. ସାରି

  ଶିକ୍ଷା ବିଭାଗ କୁ ଗଲି

ଉଚ୍ଚ ବିଦ୍ୟାଳୟେ ଶିକ୍ଷକତା କରି 

  ପାଠ ପାଠରେ ଲାଗିଲି II

ଚାକିରୀ ଜୀବନେ ନାନା ଅସୁବିଧା 

ଘଟିଥାଇ ଗୋଟି ଗୋଟି 

ପରମ ଦୟାଲ ପରମ ଇଶ୍ୱର 

ନିଅନ୍ତି ତାକୁ ସାଉଁଟି ll

ଗୃହ କର୍ମ ଠାରୁ ବିଦ୍ୟାଳୟ ଯାଏ 

ବାଡ଼ି ବଗିଚା କରିଲି 

ଫୁଲରେ ଫୁଲରେ ଗୃହର ଅଙ୍କନ 

ଅତି ଯତ୍ନ ସଜାଇଲି ll

ଆରମ୍ଭ ରୂ ଶେଷ ବର୍ତ୍ତମାନ ଯାଏ 

ଘଟିଛି ନାନା ଘଟଣା 

କା ଆଗେ କହିବି ନିଜ ଘର କଥା 

ହୁଅଇତ ବାଟବଣା ll

ନେଲି ସତଦୀକ୍ଷା ପାଇଲି ମୁଁ ଶିକ୍ଷା 

ସତନାମ କଲି ମୁହିଁ 

ସତ ସଙ୍ଘ ଯାଇ ଆନନ୍ଦ ଲଭଇ 

ତାହାର ତୁଳନା ନାହିଁ ll

ଜିଜ୍ଞାସାର ଆଶା ଥିଲା ଯେ ଭରସା 

ଆଜି ଏଠି ପହଂଚିଲି 

ମନ କରି ଦୃଢ଼ ଆଗକୁ ବଢିଲି 

ବଞ୍ଚିବା ପଥ ପାଇଲି ll

ଵିଭୂଙ୍କ କରୁଣା ଅପାର ଥିବାରୁ 

ଆଜି ଏ ସ୍ଥାନ ପାଇଲି 

ଦୃଢ଼ତର ଆଶା ଥିଲା ମୋ ଭରସା 

ପ୍ରଭୁଙ୍କ ଶରଣ ନେଲି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Action