STORYMIRROR

ବି. ନିରୁପମା

Action Inspirational Children

3  

ବି. ନିରୁପମା

Action Inspirational Children

ସୁରକ୍ଷିତ ହେବ ଆମ ଜୀବନ

ସୁରକ୍ଷିତ ହେବ ଆମ ଜୀବନ

1 min
326


ନାମଟି ମୋହର ଘରଚଟିଆ,

ପକ୍ଷୀଟିଏ ମୁହିଁ ଅଟେ ଛୋଟିଆ ।


ରହେ ଚାଳଘରେ ବସା ମୁଁ କରି,

ଖାଏ ଶସ୍ଯ, ପୋକଯୋକକୁ ଧରି ।


କିଚିରି ମିଚିରି ଶବଦ କରେ,

ଦାଣ୍ଡେ ଧୂଳି ଖେଳେ ମନ ଖୁସିରେ ।


ଏବେ କିନ୍ତୁ ମୋତେ ହେଲାଣି କାଳ,

ପକ୍କା ଘର ଖାଲି ମାଳକୁମାଳ ।


ମୁଣ୍ଡ ଗୁଞ୍ଜିବାକୁ ମିଳୁନି ଥାନ,

କମିଲାଣି ସଂଖ୍ୟା ଦିନକୁ ଦିନ ।


କିଛି ଲୋକ ମନେ ଦରଦ ଭରି,

ମାଟିରେ କଲେଣି ବସା ତିଆରି ।


ଘର ଆଗେ ଟାଙ୍ଗି ଝୁଲାଇଛନ୍ତି,

ସେଠି କେତେ ଜାତିଭାଇ ରହନ୍ତି ।


ଅନ୍ୟ ଲୋକ ଦେଲେ ଏଥିକୁ ଧ୍ୟାନ,

ସୁରକ୍ଷିତ ହେବ ଆମ ଜୀବନ ।


Rate this content
Log in

Similar oriya poem from Action