ଜୀବନ ଫୁଲ
ଜୀବନ ଫୁଲ
ଜୀବନ ଏକ ଏମିତି ଫୁଲ
ପଳାଶ ସମ ଝଡ଼ିବ ଫୁଲ
ବାସ ନଥିଲେ ଆଦର ନାହିଁ
କର୍ମରେ ଜିଇ କର୍ମରେ ମରି
ନଶ୍ୱର ଦେହ ଈଶ୍ୱର ନେବେ
ତୁଚ୍ଛାକୁ ତୁଚ୍ଛା ବଡେଇ କାହିଁ
ଜୀବନ ନଈ ଧାରରେ ବସି
ଥରେ ଶାଶ୍ୱତ ହସଟେ ହସି
ମାଟି ମାଆର କୋଳରେ ଲୋଟି
ଜୀବନ ଡ଼ଙ୍ଗା ବାହି ଯିବାଟି
ଜୀବନ ଫୁଲ ସାଥେ ନିଆଁର ଝୁଲ
ଖେଳିଲେ ହାତ ପୋଡି ଯିବଟି
କୋମଳ ମନ କୋମଳ କଥା
କହି ଜନ ମନ ତୋଷୁ ଥିଲେଟି
ମରିଗଲେ କେବେ କିଏ ନା କିଏ
କହିବେ ଥିଲା ଭଲ ଲୋକଟି
କେତେ ଯେ ଋଷି ଗୁଣୀ ଜ୍ଞାନୀ ଜଶ୍ୱସୀ
ଫୁଲ ପରିକା ବାସ ବିତରି ଅମରତ୍ବ ପ୍ରକାଶି
ସେଇ ରାମାୟଣ ମହାଭାରତ ଚରିତ୍ର
ଲେଖି ଶିଖି ପଢି ବୁଝିଲେ ମନୁଷ୍ୟତ୍ୱ
ମିଥ୍ୟା ଛାଡି ସତ୍ୟ ଆବୋରି
ଚୋରୀ ତେଜି ଜାଳି ଜ୍ଞାନ ଡ଼ିବିରି
ଆସିଛୁ ଏକା ଫେରିବୁ ଏକା
ପଛରେ ବାସ କର୍ମଫୁଲ ମହକା ।
