STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଜୀବନ ଫୁଲ

ଜୀବନ ଫୁଲ

1 min
211

ଜୀବନ ଏକ ଏମିତି ଫୁଲ 

ପଳାଶ ସମ ଝଡ଼ିବ ଫୁଲ 

ବାସ ନଥିଲେ ଆଦର ନାହିଁ 

କର୍ମରେ ଜିଇ କର୍ମରେ ମରି 

ନଶ୍ୱର ଦେହ ଈଶ୍ୱର ନେବେ 

ତୁଚ୍ଛାକୁ ତୁଚ୍ଛା ବଡେଇ କାହିଁ 

ଜୀବନ ନଈ ଧାରରେ ବସି 

ଥରେ ଶାଶ୍ୱତ ହସଟେ ହସି 

ମାଟି ମାଆର କୋଳରେ ଲୋଟି 

ଜୀବନ ଡ଼ଙ୍ଗା ବାହି ଯିବାଟି 

ଜୀବନ ଫୁଲ ସାଥେ ନିଆଁର ଝୁଲ 

ଖେଳିଲେ ହାତ ପୋଡି ଯିବଟି 

କୋମଳ ମନ କୋମଳ କଥା 

କହି ଜନ ମନ ତୋଷୁ ଥିଲେଟି 

ମରିଗଲେ କେବେ କିଏ ନା କିଏ 

କହିବେ ଥିଲା ଭଲ ଲୋକଟି 

କେତେ ଯେ ଋଷି ଗୁଣୀ ଜ୍ଞାନୀ ଜଶ୍ୱସୀ 

ଫୁଲ ପରିକା ବାସ ବିତରି ଅମରତ୍ବ ପ୍ରକାଶି 

ସେଇ ରାମାୟଣ ମହାଭାରତ ଚରିତ୍ର 

ଲେଖି ଶିଖି ପଢି ବୁଝିଲେ ମନୁଷ୍ୟତ୍ୱ 

ମିଥ୍ୟା ଛାଡି ସତ୍ୟ ଆବୋରି 

ଚୋରୀ ତେଜି ଜାଳି ଜ୍ଞାନ ଡ଼ିବିରି 

ଆସିଛୁ ଏକା ଫେରିବୁ ଏକା 

ପଛରେ ବାସ କର୍ମଫୁଲ ମହକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract