STORYMIRROR

PURNA CHANDRA PANDA Purna

Action Classics Others

3  

PURNA CHANDRA PANDA Purna

Action Classics Others

ମାଆ

ମାଆ

1 min
1.0K


ମାଆ ବୋଲି ସିନା ତତେ ମୁଁ ଖୋଜୁଛି

କିଏ ଆଉ ହେବ ସାହା,

ଦୁଃଖ ଶୁଣିବାକୁ ଆଉ କିଏ ଅଛି

ଏସାରା ବିଶ୍ୱରେ ଆହା l


ଦେ ଢାଙ୍କି ମାଲୋ ତୋ ପଣତକାନି

ମିଳୁ ମତେ ଥରେ ରାହା

ସଂସାର ଭିଅlଣ ତୋର ଖେଳଘର

ଗଢୁ ଅବା କେବେ ଭାଙ୍ଗୁ

ବାରୂଦ ଗଦାରେ ଆଜି ଧୁମ୍ରମୟ

କାହିଁକି ସୁନ୍ଦର ଲଂଘୁ ।


କୋଟି ଭକ୍ତ ଆଜି ରକ୍ତରେ ଆରକ୍ତ

ଡାକୁଛନ୍ତି ମାଆ ମାଆ

ଦେ ମା ମେଲାଇ ଦୁଇ ଶତ୍ରୁ ଦେଶ

ହୁଅନ୍ତୁ ସେ ଭାଇ ଭାଇ,

ତେବେ ସିନା ତୋର ଯଶକିର୍ତ୍ତି ସ୍ୱର

ଏ ବିଶ୍ୱ ବୁଲିବ ଗାଇ l


ବିକଳ କଣ୍ଠରେ ଆରତ ସ୍ୱରରେ

ମୃତ୍ୟୁକୋଳେ ଡାକେ ଛୁଆ

ବିଶ୍ୱ ଗଢିଥିଲୁ କାହିଁକି ଉଜାଡୁ

ପୋକ ମାଛି ପରି ରାଗି,,

ଆଉଥରେ ତୋର କୃପା ବାରି ଢାଳ

ସ୍ନେହ, ପ୍ରେମ ଉଠୁ ଜାଗି

ଆଖି ଖୋଲି ଦେଖ ଅମୃତ ସୃଷ୍ଟି ତୋ

ବାରୁଦ ଗଦାରେ ଠିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action