ଦୁଃଖ ନଦେବା ଅନ୍ତରାତ୍ମାକୁ
ଦୁଃଖ ନଦେବା ଅନ୍ତରାତ୍ମାକୁ
ଚୟନ କରିବା ମଣିଷର
ସର୍ବତ୍ର ପ୍ରୟୋଜନ
ଉତ୍ତମ ପଥ ଚୟନରେ
ଉତ୍ତମ ହୁଏ ଜୀବନ ।
ତୃଟି ହୁଏ ଯେବେ କୌଣସି
ସମ୍ପର୍କ ଚୟନରେ
ଜୀବନେ ଦୁଃଖ ଆସେ ଓ
ଆସିବ ଭବିଷ୍ୟତରେ ।
ଜୀବନ ପଥେ ବହୁ ଆସିବେ,
ଯିବେ ଚାଲି,
ନଭାଙ୍ଗି ସଠିକ ରାସ୍ତାରେ
ସବୁ ଭୁଲି ।
ବର୍ଷା ବତାସ ଦେଖି ନହେବା
କେବେ କାତର
ଧୈର୍ଯ୍ୟର ପଥ ଚୟନେ ପିନ୍ଧିବା
ଟୀକା ବିଜୟର ।
ଅପେକ୍ଷା କରିଛେ ଛ'ଖଣ୍ଡ କାଠର
ସବାରୀକୁ
ସତ୍ୟ ପଥେ ଚାଲି ଦୁଃଖ ନଦେବା
ଅନ୍ତରାତ୍ମାକୁ ।
