ଥକିବିନି କେବେ
ଥକିବିନି କେବେ
ନ ଥାଉ ପଛକେ ପୁଳାପୁଳା ଟଙ୍କା
ଭାବେ ମୁଁ ବହୁତ ଧନୀ
ନିଗାଡି ପାରୁଛି 6ସ୍ୱଦ ଦିବାଲୋକେ
ରକ୍ତ କରି ମୋର ପାଣି ।
ଆଖି ଖୋଲି ଯେବେ ଅନାଏ ଆକାଶେ
ଦେଖେ ସୂର୍ଯ୍ୟ ଦୀପ୍ତିମାନ
ଉଜ୍ଜ୍ୱଳ ପ୍ରଖର କରି ପରିଶ୍ରମ
ସାର୍ଥକ କରଇ ସ୍ୱପ୍ନ ।
ହରାଏନି କେବେ ମୋ ଆଶା ବିଶ୍ୱାସ
ସୂର୍ଯ୍ୟଙ୍କୁ ମୁହଁ କରି
ବଢାଉଛି ପାଦ ଆଗକୁ ଆଗକୁ
ଆଲୋକକୁ ଅନୁସରି ।
ମିଳେନାହିଁ ତର ଚାହିଁବାକୁ ପଛେ
ଦେଖିବାକୁ ନିଜ ଛାଇ
ଅମୂଲ୍ୟ ସମୟ ଅଟଇ ଜୀବନ
ବିନିଯୋଗ ଫଳଦାୟୀ ।
ଥକିନାହିଁ କେବେ ଥକିବିନି ମୁହିଁ
ଜୀବନରେ କେତେବେଳେ
ନିର୍ବାହ କରିବି ଯତନେ କର୍ତ୍ତବ୍ୟ
ଦାୟିତ୍ୱ ସୂଚାରୁ ଭାବେ ।
-----
