ସେ ଯେ କଳପ ବଟ
ସେ ଯେ କଳପ ବଟ
ସେ ଯେ କଳପ ବଟ ଯାହାର ମହିମା ଅନନ୍ତ କାଳରୁ ଜଗତେ ହୋଇଛି ରଟ। ସମ୍ମୁଖେ ରହିଛି ବୃଷଭ ମୂରତି ପଶ୍ଚାତେ ପଞ୍ଚ ଶଙ୍କର ଶ୍ରୀ ଗଣେଶ ଛନ୍ତି ଡାହାଣ ପଟ ସେ ଯେ କଳପ୍ ବଟ। ବାମ ଭାଗେ ବିଜେ ବାଟ ମଙ୍ଗଳା ହୋ ଏ ଭଳି ପାର୍ଶ୍ଵ ଦେବତା ବର ପ୍ରଦାୟକ ବିଶ୍ୱାସ ପ୍ରତୀକ କାମନା ପୂରକ ମାତା ସେ ଯେ କଳପ ବଟ। ବୃକ୍ଷାଗ୍ରର ପତ୍ର ଶିବ ଜଟା ପରି ତ୍ରୀଗୁଣର ତ ପ୍ରତୀକ ବର୍ଣ୍ଣରେ ହରିତ ଶ୍ୱେତ ଓ କୁଙ୍କୁମ ଅମ୍ଳଜାନ ପ୍ରଦାୟକ ସେ ଯେ କଳପ ବଟ। ମହାପ୍ରସାଦ ର ସେବନ ପରେ ହିଁ ଭକ୍ତ ଭାଙ୍ଗେ କୁଡୁଆକୁ ଖପରା ଖଣ୍ଡିଏ ଧଳା ସୂତା ବାନ୍ଧି ବାନ୍ଧି ବୃକ୍ଷ ର ଶାଖା କୁ ଭକ୍ତ ଚାହେଁ ନୀଳଚକ୍ରେ ଠାକୁରେ ସେଇଠି ବାନ୍ଧି ହୋଇ ଯାନ୍ତି ଆଶା ତ ନିଶ୍ଚୟ ମେଣ୍ଟେ ସେ ଯେ କଳପ ବଟ। ପୁତ୍ରହୀନା ନାରୀ ପୁତ୍ରବତୀ ହୁଏ ସାକ୍ଷୀ ରହେ କଳ୍ପ ବଟ କେତେ ସାଧୁ ଗୁଣୀ ଧନୀ ଅଭିମାନୀ ତେଜିଣ ସର୍ବ ସଙ୍କଟ ଶରଣ ନିଅନ୍ତି ତାରେ ସେ ଯେ କଳପ ବଟ।
