ମହୋଦଧି ତୀରେ
ମହୋଦଧି ତୀରେ
ମହୋଦଧି ତୀରେ ବସି ମୁଁ ଭାବୁଛି ସାଗର ସେପାରି କଥା କେତେ ଯେ ଲହରୀ ପିଟି ହେଉ ଥାନ୍ତି ନିରନ୍ତର ବହି ଯଥା। ନିଷ୍ଠା ରଖି ଯେଉଁ କରମ କରିଲେ ସେ କର୍ମ ହୁଏ ସାଧନ କର୍ମ ହିଁ ଜୀବନ କର୍ମ ହିଁ ଦେବତା କର୍ମ ତ ମାର୍ଗ ଦର୍ଶନ। ବିଶାଳ ସାଗର ମଥା ନତ କରି ବହୁଅଛି ନୀଳାଚଳେ କାଳିଆ ସାଆନ୍ତ ଲୀଳା ରଚି ଥାନ୍ତି ବୁଝୁଥା ସମୟ ବଳେ। ସ୍ଵର୍ଗଦ୍ଵାର ତାର ସମତାର ବାର୍ତ୍ତା ଶୁଣାଏ ସବୁରି କାନେ ଧନୀ ମାନୀ ଜ୍ଞାନୀ ଅବା ପ୍ରତିପତ୍ତି ମିଶେ ଏହି ଶମଶାନେ। ଯେତେ ଦିନ ପାଇଁ ଆସିଛୁ ଧରାରେ ବଞ୍ଚିବା ମଣିଷ ଭଳି ମଣିଷ ଠୁ ଆଉ ଶ୍ରେଷ୍ଠ କେହି ନାହିଁ ଏ କଥାକୁ ହୁଅ ଭାଳି।
