ଭଲ ପାଏ ବୋଲି
ଭଲ ପାଏ ବୋଲି
ଭଲ ପାଏ ବୋଲି ଦୁର୍ବଳ ମୁହୂର୍ତ୍ତେ କେଉଁଠି ମୁଁ କହିଥିଲି ତୁମରି ରୂପରେ ତୁମରି ଗୁଣରେ ବଡ ମୁଗ୍ଧ ହୋଇ ଥିଲି। ପ୍ରେମ ତ ଜାଣେନା ଜାତି କୁଳ ଗୋତ୍ର ପ୍ରେମ ବୁଝେ ମନ ଭାଷା ସେଥି ପାଇଁ କେବେ ଆମ ସମାଜରେ ହୋଇ ନାହିଁ ଲୋକ ହସା। ସେ ଦିନଟି ଥିଲା କୁଆଁର ପୁନେଇଁ ମୁଁ ଥିଲି ତୁମ କୁମାର ଆକାଶରେ ଜହ୍ନ ଉଇଁଲା ବେଳକୁ ତୁମେ ଲାଗିଲ ନିଜର। ଭଲ ପାଏ ବୋଲି ସାଇ ପଡ଼ୋଶୀ ଏ କରନ୍ତି ଟାହିଟାପରା ଏ କଥା କୁ ନେଇ ଗୃହର ମୂରବୀ ଖଡଗେ ଚାଲନ୍ତି ପରା। ପ୍ରେମର ଆଗରେ ହାର ମାନି ନେଇ ଆମେ ଦୁହେଁ ଗୃହ ବନ୍ଦୀ ବିବାହ ବନ୍ଧନ ମସ୍ତକେ ପଡ଼ିଲା ସାକ୍ଷୀ ରହିଛି ମେହେନ୍ଦି। ପ୍ରତି ବର୍ଷ ଯେବେ କୁମାର ପୂର୍ଣ୍ଣିମା ଆସେ କୁମାରୀଙ୍କ ପାଇଁ ଏଇ ଦିନ ବେଶୀ ମନେ ପଡ଼ି ଥାଏ ଆମ ପ୍ରେମ ଲେଖା ତହିଁ। ଭଲ ପାଏ ବୋଲି ଯେଉଁ ଆବେଗରେ କହି ଥିଲି ଦିନେ ପ୍ରିୟ ସେଇ ଦିନ ଠାରୁ ଆଜିର ବୟସେ ତୁମେ ନିଅ ସବୁ ଶ୍ରେୟ।
