STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଆଶା ନିରାଶର

ଆଶା ନିରାଶର

1 min
11

 ଆଶା ନିରାଶର ମାନବ ଜୀବନ ଖରା ଛାଇ ରାତି ଦିନ ସମାନ ଭାବରେ ଉତପତି ହୁଏ କ୍ଷଣ କ୍ଷଣ ପ୍ରତି କ୍ଷଣ। ସବୁ ପରିସ୍ଥିତି ସାମନା ଯେ କରେ ନିଜ ଠାରେ ଆସ୍ଥା ରଖି ସଫଳ କାହାଣୀ ଲେଖା ତାହା ଠାରେ ଇଶ୍ଵର ଙ୍କୁ କରି ସାକ୍ଷୀ। ଆସ୍ଥା ହିଁ ଇଶ୍ଵର ପଥ ପ୍ରଦର୍ଶକ ଅଗତିର ମୁକ୍ତି ଦାତା ଅନିତ୍ୟ ସଂସାରେ ଆଲୋକ ବର୍ତ୍ତିକା ସବୁରି ଭାଗ୍ୟ ବିଧାତା। ଭକତ ଜନ ଙ୍କ ଆସ୍ଥାରେ କାଳିଆ ଅଟକାଏ ନନ୍ଦିଘୋଷ ଯିଏ ଯେଉଁ ମତେ ଚିନ୍ତଇ ତାହାଙ୍କୁ ମନ ହୁଏ ପରା ତୋଷ। ଯେତିକି ସମୟ ବଞ୍ଚିବା ମହୀରେ ରଖିବା ତାଙ୍କଠି ଆସ୍ଥା ଆଜି ଯାହା ଅଛି କାଲିକି ନ ଥିବ ବଦଳି ଯିବ ଅବସ୍ଥା। 


Rate this content
Log in

Similar oriya poem from Action