ଦୀନବନ୍ଧୁ
ଦୀନବନ୍ଧୁ
ଦୀନବନ୍ଧୁ ନାମେ କି ମଧୁ ରହିଛି ଯିଏ ଜପେ ସିଏ ଜାଣେ ଦାସିଆ ନଡ଼ିଆ ଶ୍ରଦ୍ଧାରେ ନେଇଛ ଅବା ଗଜ ଉଦ୍ଧାରଣେ। ଏମିତି ଠାକୁର ଶୁଣିଛ କି କେବେ ଭକ୍ତ ସାଲବେଗ ପାଇଁ ରଥ ଅଟକିଲା ବଳ ଗଣ୍ଡି ଠାରେ ମଥା ଯାଏ ନଇଁ ନଇଁ। ଦୀନବନ୍ଧୁ ନାମ ବହିଛ ଠାକୁର ଶବରୀ ଅଇଁଠା ଖାଇ ଭକ୍ତ ପାଇଁ ହେଲ ତୁମେ ସାକ୍ଷୀ ନାଥ ପତିତ ବାନା ଉଡ଼ାଇ। ଯିଏ ଯେମିତିକା ଭାବରେ ଡାକିଛି ତା ଡାକ କରି ପୂରଣ ଚାରି ଧାମ ଠାରୁ ନୀଳାଚଳ ଧାମ ଶ୍ରେଷ୍ଠ ତୁମ ଅବସ୍ଥାନ। ବିଶାଳ ସାଗର ଦୀନ ଭାବ ବହି ଧୁଏ ନିତି ଶ୍ରୀପୟର କେହି ନୁହେଁ ସାନ କେହି ନୁହେଁ ବଡ ଶୁଣାଉଛି ସ୍ଵର୍ଗଦ୍ଵାର। ଶ୍ରୀ ମନ୍ଦିରେ ଉଡେ ପତିତପାବନ ବାନା ନିତି ଫର ଫର ଦୀନ ବନ୍ଧୁ ତୁମେ ଜଗତ ଗୋସାଇଁ ସତ୍ୟ ତୁମେ ସକଳର। ଆମରି ସମାଜ ଅବକ୍ଷୟ ହୋଇ ଯନ୍ତ୍ରଣାରେ ଜର୍ଜରିତ ତୁମେ ଦୀନବନ୍ଧୁ କରିବ ଉଦ୍ଧାର ଦୟା କର ପ୍ରକଟିତ।
