STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ପରଖୁଛି ତୁମ

ପରଖୁଛି ତୁମ

1 min
13

ପରଖୁଛି ତୁମ ସ୍ଥିତି ସର୍ବ କାଳେ ଜନ୍ମ ଠାରୁ ଜୁଇ ଯାଏ ସୁଖ ଦୁଃଖ ସାଥୀ ଅଭିନ୍ନ ସମ୍ପର୍କ ଜୀବ ପରମତ୍ମା ଥାଏ। ଜୀବ ଯଦି ଆତ୍ମା ପରମାତ୍ମା ହେବେ ନୀଳାଚଳ ଜଗନ୍ନାଥ ଜୀବ ସୃଷ୍ଟି ହେଲେ ପ୍ରଭୁ ହେବେ ସ୍ରଷ୍ଟା ସେ ପରା ସଚ୍ଚିଦାନନ୍ଦ। ଜୀବ ହିଁ ଅନିତ୍ୟ ନିତ୍ୟ ସନାତନ ତୁମେ କାଳିଆ ଠାକୁର ଜୀବ ତ ଅକ୍ଷର ତୁମେ ଯୁକ୍ତାକ୍ଷର ସମ୍ପର୍କର କେତେ ଡୋର। ରାମ କୃଷ୍ଣ ବୁଦ୍ଧ ଅବତାର ହେଲେ ତୁମେ ନାଥ ଅବତାରୀ ଷୋଳ କଳା ଯୁକ୍ତ ଅନନ୍ତ ମହିମା ଦୟାର ସାଗର ହରି। ହରି ପାର ତୁମେ ସକଳ ଜୀବ ଙ୍କ ରହିଅଛି ଯେତେ ବ୍ୟଥା ଶ୍ରୀକ୍ଷେତ୍ର ତୁମର କର୍ମ ଭୋଗ ପୀଠ ତ୍ୟାଗ ଐର୍ଶ୍ୱର୍ଯ୍ୟର ଯଥା। ,,,,,,,


Rate this content
Log in

Similar oriya poem from Action