ଭକତ ଅଧୀନ
ଭକତ ଅଧୀନ
ଭକତ ଅଧୀନ ଭକ୍ତ ପ୍ରାଣଧନ ଭକତରେ ତୁମେ ଛନ୍ଦା ଭକତ ପାଇଁକି ତୁମ ନନ୍ଦିଘୋଷ ବଳଗଣ୍ଡି ଠାରେ ବନ୍ଧା। ଭକତି ବିଶ୍ୱାସେ ଦାସିଆ ନଡ଼ିଆ ହସ୍ତେ ନେଇଥିଲ ତୋଳି ସୁଦାମା ର ଖୁଦ ଭଜା ଖାଇ ପ୍ରଭୁ ବନ୍ଧୁ ପଣେ କୋଳା କୋଳି। ଶବରୀ ଅଇଁଠା ଖାଇ ହୋଇ ଥିଲ ବଡ ଦିଅଁ ଜଗତରେ କେତେ କେତେ ଭକ୍ତ ଜନ ତରିଛନ୍ତି ଲୟ ରଖି ତୁମ ଠାରେ। ଜଳ ସ୍ଥଳ ନଭ ପ୍ରକାଶେ ତୁମର ନିତ୍ୟ ଲୀଳା ଦିବ୍ୟ ଭାବ ତୁମେ ଥାଉ ଥାଉ ଅନାଥ କେ ହେବ ତୁମେ ତ ଭକ୍ତ ବାନ୍ଧବ। ସମୟ ଗତିରେ ଭକତ ଜୀବନ ବନ୍ଧା ଥାଏ ତୁମ ପାଶେ ହେ ଦାରୁ ଦେବତା ବୁଝିବ ଶୁଝିବ ତୁମ ଠାରେ ଭକ୍ତ ୠଷେ।
