STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ପ୍ରାର୍ଥନା

ପ୍ରାର୍ଥନା

1 min
13

 ହେ ପରମ ପ୍ରେମମୟ ଜଗତ କରତା ଅଜ୍ଞାନ ଅଧମ ମୁହିଁ ତୁମେ ମାତା ପିତା ଫେଡ ଫେଡ଼ ମୋ କଷଣ ତୁମ ବିନା ମୋ ଜୀବନ ନୁହଁଇ ସମ୍ପୂର୍ଣ୍ଣ। ଆକାଶରେ ଭରି ଅଛ ଚନ୍ଦ୍ରମା ଜୋଛନା କୋଟି କୋଟି ତାରା ମେଳେ ଅନିନ୍ଦ୍ୟ ସୁଷମା ବିଶ୍ୱପିତା ଭଗବାନ ମାୟା ମରୀଚିକା ଏଡି ବାଣ୍ଟି ଦିଅ ପ୍ରେମ। ସମୟର ସୁଅ ଛୁଟେ ଏ ଧରା ବକ୍ଷରେ ପ୍ରଭାତ ପ୍ରଦୋଷ କାଳେ ତୁମ ନାମ ଧରେ ପ୍ରଭୁ ତୁମ ତ ସହାୟ ମୋ ଅନ୍ତର ହୋଇ ଯାଉ ସତ୍ୟ ଶାନ୍ତି ମୟ। ତୁମ ଗୁଣ ଗାଉଅଛି ଉତ୍ତୁଙ୍ଗ ଶିଖର ଦୂର ଗାମୀ ବିହଙ୍ଗମ ଅନନ୍ତ ସାଗର ତୁମେ କେଡ଼େ ମହୀୟାନ ସସାଗରା ଧରା ସବୁ କରେ ଜୟଗାନ। ଲୋଡା ନାହିଁ ପ୍ରଭୁ ମୋର ବିଳାସ ବ୍ୟସନ ଚାହେଁ ନାହିଁ ମୁହିଁ ଧନ ମାନ ସନ ମାନ ଦିଅ ସରଳ ଜୀବନ ତୁମ ନାମ ଗାଉଥିବି ନିତି ରାତି ଦିନ। ସତ୍ୟ ପଥେ ନିଅ ମୋତେ ହେ ବିଶ୍ଵ ଠାକୁର ତୁମ ଲାଗି ହେବି ପଛେ ଦାଣ୍ଡର ଫକୀର ପରହିତେ ପ୍ରାଣ ଯାଉ ଅକିଞ୍ଚନ ପ୍ରତି ନାଥ ଏହି ଦୟା ହେଉ। 


Rate this content
Log in

Similar oriya poem from Action