ପ୍ରେମର ସର୍ଗି ଫୁଲ
ପ୍ରେମର ସର୍ଗି ଫୁଲ


ବେଦନା ମଧ୍ୟରୁ
ଯେତେବେଳେ ଚହଲି ଆସେ
ଭାବ ଓ ଆବେଗର
ଗୋଟେ ପ୍ରେମିଳ ଜଙ୍ଗଲ
ସେଠି ଫୁଟି ଗୋଟେ
ପ୍ରେମର ସର୍ଗି ଫୁଲ।।
ଏମିତି ପୁଣି କାହିଁକି ହୁଏ !
ଦାଣ୍ଡ ହାଟରେ
ପସରା ମେଲି
ପାଉଣା ମାଗେ ପ୍ରେମ
ବିଦୀର୍ଣ୍ଣ ହୃଦୟ ଫାଟି
ଝରି ପଡେ
ଅପ୍ରକାଶ୍ୟ ବ୍ୟଥା
ଆସ୍ଥା ଓ ଭରସା
ଭାଙ୍ଗି ପଡେ ସୁନାମି ଢେ଼ଉରେ।।
ବିକଶିତ ହେଉଥିବା ଅନ୍ତରଙ୍ଗ
ଅନୁଭବଟି
ପରିପୂର୍ଣ୍ଣତା ପ୍ରାପ୍ତ
ନ ହେବା ପର୍ଯନ୍ତ
ଥାଏ କଣ ନିସ୍ତାର
କି ଜୀଇଁବା !
ମୋ ଭବିଷ୍ୟତର ବିଶ୍ବାସ ର ବାସ୍ନା
ଖୁସିର ଉତ୍ସରଣ
ଉବୁଟୁବୁ ହେଉଥାନ୍ତି
ଝଲସି ଉଠିବାକୁ
ମହକି ଯିବାକୁ
ତୁମକୁ ମାଧ୍ୟମ କରି<
/p>
ସଂକ୍ରମିତ ହେବାକୁ
ତୁମ ହୃଦୟରୁ ମୋ ହୃଦୟକୁ
ବେ ଲଗାମ ହୋଇ।
କିନ୍ତୁ ଏ କଣ କଲ !
ମୁଁ ପାଦେ ପାଦେ ତୁମ ଆଡ଼କୁ ବଢ଼ୁଥିଲା ବେଳେ
ତୁମେ ଦ୍ରୁତ ଗତିରେ ପଛେଇ ଯାଉଥିଲ !
କାହିଁକି !ତୁମ ମୋ ଭିତରେ
ଏ ଯୋଜନ ଯୋଜନ ବ୍ୟାପି ଦୂରତା !
କେତେ ନିଃସହାୟ କରିଦେଲ
ଦୁନିଆ ଦାଣ୍ଡରେ !
ମୋତେ ପର କରି!
କୁହତ ମୋ ସ୍ଥାନରେ
ଆଉ କାହାକୁ ବସେଇବାକୁ
ତୁମ ଆତ୍ମା ଦେଲା ସ୍ୱୀକୃତି !
କାଇଁ ଏତେ ବର୍ଷ ହେଲେ ବି
ମୁଁ ତ ତୁମ ସ୍ଥାନରେ
ବସାଇବା ଦୁରେ ଥାଉ
ଚିନ୍ତା ଚେତନା କୁ ଆଣିନି !
ବୁଝିଲ !
ମୋ ପ୍ରେମର ତାକତ
ଏତେ କମ୍ ଜୋର କି ସ୍ୱାର୍ଥପର ନୁହଁ
ନୁହଁ ବି ଅଧେ ବଢି ଅଧେ ଛିଡୁଥିବା
ଜହ୍ନ।