STORYMIRROR

Satyabati Swain

Romance

4  

Satyabati Swain

Romance

ନୂଆ ବୋହୁ ଓଢଣାରେ ପ୍ରେମ

ନୂଆ ବୋହୁ ଓଢଣାରେ ପ୍ରେମ

1 min
252


ଦିନଟା ଅଳସ ଭାଙ୍ଗୁଥିଲା

ସଂଜ ନଇଁ ଆସୁଥିଲା

ଫାଜିଲାମୀ ବେଶରେ

ରାତି ବଢ଼ୁଥିଲା

ଲାଜୁଆ ଆଖିରେ

ହସ ଟିକେ ଭରି।।


ଆମ୍ବ ଚଣା ଉହୁଁ ଙ୍କି ଚାହୁଁଛି

ଦୋଳ ଆସିବ ବୋଲି ପାଗ ଭିଡ଼ିଲାଣି

ମଳୟ ଉଡେଇ ନେଉଛି

ନୂଆ ବୋହୁର ଓଢଣା

ରଙ୍ଗ ମାନେ ଲିପିଷ୍ଟିକ କଜଳ ଲଗାଇଲେଣି

କୃଷ୍ଣ ରାଧାଙ୍କ ମନ ଅଧୀର

ସାଙ୍ଗ ହୋଇ ବୁଲିବେ 

ରଙ୍ଗରେ ଭିଜିବେ।।


ଶିରି ତୁଟା ଗଛ କଅଁଳ ପତ୍ରରେ

ହସି ନାଚୁଛନ୍ତି ପବନ ତାଳେ

ନା ଶୀତ ନା ଖରା

ଗୀତ ବିଛେଇ ପଡୁଛି

ଆକାଶ ଆଖିରେ ରଙ୍ଗ

ମାଟିର ମୁହଁରେ ରଙ୍ଗ

ପ୍ରଜାପତି ଡେଣାରେ ବି ।।


କୋଇଲି ର ଗୀତ 

ନୂଆ ବୋଉ ଓଠରେ 

ହସ ପହଁରିଲାଣି

ଚୋରା ପବନ ଟା

ଫାଜିଲି ହେଲାଣି

ନୂଆ ବୋହୁର ପାଉଜି

ମହ୍ଲାର ଗାଇଲେଣି

ଏ ବା ପ୍ରେମର ଋତୁ।


Rate this content
Log in

Similar oriya poem from Romance