ମେଘର ଲୁହ
ମେଘର ଲୁହ
ବର୍ଷା ମାଟିକୁ ବତୁରାଏ
ନା ମାଟି ବର୍ଷାକୁ କନ୍ଦାଏ!
ଵାଦଲ ବର୍ଷା ପ୍ରେମରେ ଓଦା
ନା ଶ୍ରାବଣୀ ପ୍ରେମରେ ବନ୍ଧା!
ମେଘ ଆକାଶର
ନା ଆଷାଢ଼ର!!!
ପାଣିରେ ନିଆଁ !
ଗଜୁରା ମଞ୍ଜିର ସ୍ବପ୍ନ
ଝର୍କା ଖୋଲା ଛିଟା ପାଣିରେ ଦିଶେ
ତୋର ମୋର ଓଦା ଜୁଡୁବୁଡ଼ୁ କାଗଜ ଡଙ୍ଗା।
କଦମ୍ବ ଫୁଲର ହସ
ନେସି ଦିଏ ହୃଦୟରେ
ଏବଂ ତୁ ଫାଜିଲି ମତଲବି
ଭାରି କଲବଲ କରୁ
ବ୍ୟର୍ଥ ପ୍ରେମିକ ମୁକୁଟ ପିନ୍ଧାଇ।
ପ୍ରତି ବର୍ଷ ବର୍ଷା ଆସିଲେ
ଆଖି କ୍ୟାମେରାରେ ଦିଶେ ଗୋଟେ ଛବି
ଗୋଟିଏ ଛତା ତଳେ
ଦୁଇଟି ତତଲା ନିଃଶ୍ୱାସ
ନିରବରେ ପିଉଥିଲେ
ବନ୍ୟ ହେଉଥିଲେ
ଦୁଇ ହାତ ମେଲି ବୋଲୁଥିଲେ ଗୀତ
ହୁଁ ହୁଁ ହୁଁହୁଁ ହୁଁ ଲା ଲା ଲାଲା ଲାଲା।
ଡାଇରୀ ଲେଖୁଥିଲା
ନିଆଁ କଥା
ଛାତି ଛତା
ଖୋଜୁଥିଲା ମନ
ପ୍ରତାରକ ପ୍ରେମିକା ପାଇଁ
ବର୍ଷା ଢାଳୁଥିଲା ମେଘର ଲୁହ
ତୁ କିନ୍ତୁ
ଜମି ହଳ କରୁଥିଲୁ
ଦାନ୍ତ ନେଫେଡେଇ।
