ବୁଦ୍ଧ ବନ୍ଦନା
ବୁଦ୍ଧ ବନ୍ଦନା
ଯାଗଯଜ୍ଞ ନାମେ ପଶୁବଧ ହେଲା
ନିନ୍ଦା ହେଲା ଚତୁର୍ବେଦ
ଏହା ତ ଅଟଇ ଅଧର୍ମରେ ଗଣା
ପାପଙ୍କ ମଧ୍ୟେ ପ୍ରମାଦ l
ବୁଦ୍ଧ ଅବତାର ଜୀବଙ୍କୁ ଉଦ୍ଧାର
ଧରି ଥିଲ କଳେବରେ
ଧର୍ମକୁ ରଖିଲ ଯୁଗ ଅବତାର
ଜୟ ଜଗଦୀଶ ହରେ l
କରୁଣାବତାରେ ଏ ସାରା ସଂସାରେ
ପ୍ରଚାରି କରୁଣା ବାଣୀ
ସତ୍ୟ,ଶାନ୍ତି,କ୍ଷମା ମୂଳମନ୍ତ୍ର ପ୍ରଭୁ
ଧର୍ମ ସଂସ୍ଥାପିଲ ଆଣି l
ଅଧମ ନର ମୁଁ ଅଧର୍ମେ ଚାଲିଛି
ଅଶେଷ ପାତକ ବହି
ହୀନ କଳେବରେ ପାପପଙ୍କ ଘୋରେ
ପଡ଼ି ଡାକେ ତ୍ରାହି ତ୍ରାହି l
ଅନ୍ତରଯ୍ୟାମୀ ହେ ପ୍ରଭୁ ଭାବଗ୍ରାହୀ
ବରଷି କରୁଣା ବାରି
ପତିତପାବନ ପାବନ କର ଏ
ପାପୀ ଜୀବ ଯାଉ ତରି l