ମୋ ହୃଦୟ ବୀଣା
ମୋ ହୃଦୟ ବୀଣା
ମୋ ହୃଦୟ ବୀଣାର
ପ୍ରତିଟି ସ୍ପନ୍ଦନ ପ୍ରତିଟି ମୁହୂର୍ତ୍ତ
ତୁମର ସ୍ଥିତିକୁ ପରଖି ପାରୁଛି।
ଜନମ କାଳରେ ଯେବେ ଶିଶୁଟିଏ ଥିଲି
ବୟସ ବଢିଲା ଧୀରେ ଧୀରେ
ପାଞ୍ଚ ବର୍ଷରୁ ହେଲି ସତୁରୀ ବରଷ
ପ୍ରତି ପରିବର୍ତ୍ତନ ସମୟରେ ମୁଁ
ଅନୁଭବିଛି ତୁମର ପରଶ
ବାଲ୍ୟ କୈଶୋର ତାପରେ ଯୌବନ
ଦେହରୁ ଖସିଲା ପରେ
ମନରେ ମୋର ଧାରଣା ଆସିଛି
ସବୁରି ମୂଳରେ ତୁମେ ଏକା ହିଁ ତୁମେ।
ଅନେକ ଦୁଃଖ ଓ ଯନ୍ତ୍ରଣା ବି ଭୋଗିଛି
ସୁଖ ପଛେ ଧାଇଁ ଧାଇଁ ନିରାଶ ମଧ୍ୟ ହୋଇଛି
ତଥାପି
ହାରଜିତ ଦୁନିଆରେ ଏତିକି ବୁଝିଛି
ତୁମେ ହିଁ କର୍ତ୍ତା କରି କରାଉ ଥାଇ
ଏସବୁ ତୁମର ସୃଷ୍ଟି ଉଦ୍ଦେଶ୍ୟ ହେଉଛି
ପ୍ରତ୍ୟେକ ମଣିଷ ବୁଝୁ
ଇଶ୍ଵରଙ୍କ ସ୍ଥିତି ଓ ତାଙ୍କ ବିନା
ଆମ ଜୀବନ ପୂର୍ଣ୍ଣାଙ୍ଗ ନୁହେଁ।