ଆଜିକାଲି ମାଆ
ଆଜିକାଲି ମାଆ


ଆଜିକାଲି ମାଆ କେମିତି ଚାହାନ୍ତି
ଗର୍ଭସ୍ଥ ଶିଶୁର ମରଣ |
ଗର୍ଭ ସଂଚାରର ପୂର୍ବରୁ କାହିଁକି
କରନ୍ତିନି ନିରାକରଣ |
କରି ନିଜ କାମନା ବାସନା ପୂରଣ
ଶିଶୁ ସଂଚରିଲେ କରି ଏବୋର୍ସନ
ପତିର ପାଖରେ ଦିଅନ୍ତି ସତୀର ପ୍ରମାଣ |
କେମିତି ହେଇପାରନ୍ତି ନିଦାରୁଣ
ଗର୍ଭସ୍ଥ ଶିଶୁକୁ ଜନମ ଆଗରୁ ଦିଅନ୍ତିଅନେକ କଷଣ |
ତାକୁ କୋରି କୋରି ନିର୍ଯାତନା ଦେଇ ହୁଅନ୍ତି ମୃତ୍ୟୁର କାରଣ
ଲାଜରେ ଶିଶୁଟି ବଖାଣି ପାରେନି ମାତାର ନିର୍ଲଜ କରମ
ମୃତ୍ୟୁର କାରଣ ଅଦିନ ମରଣ କଥା ଯେବେ ପଚାରନ୍ତି ଯମ |
ସବୁଦୋଷତକ ନିଜ ମୁଣ୍ଡେନେଇ କରେ ସନ୍ତାନର ଧର୍ମ ପାଳନ |
କଳୁସିତ କର୍ମ ମାଆର ଅଧର୍ମ ସମ୍ମାନର କରେ ରକ୍ଷଣ |
ହୋଇଥିଲେ ଜନ୍ମ ପୁତ୍ର ଅବା କନ୍ୟା ଦେଖିଥାନ୍ତା ଏ ସୁନ୍ଦର ଦୁନିଆଁ
କରିକେତେ କର୍ମ ଅର୍ଜି ନିଜ ଧର୍ମ କରିଥାନ୍ତା କେତେକେତେ ନାଆଁ |
ହୋଇଥାନ୍ତା ଲକ୍ଷ୍ମୀବାଈ ଅବା ରାଣୀ ଦୁର୍ଗାବତୀ
ଇନ୍ଦିରାଗାନ୍ଧି କଳ୍ପନାଚାଓଳା ପରି ଳଳନା
ହୋଇଥିଲେ ପୁତ୍ର ବ୍ୟାସ ବାଲ୍ମିକୀ ଅଚ୍ୟୁତ
ଗାନ୍ଧି ସୁବାସ ଭଗତ ସିଂହ କିଏ କରିବତା କଳନା |
ପୂର୍ବ କାଳେ ଥିଲେ କୁନ୍ତି ଅଞନା ପାର୍ବତୀ
ସୀତା ଶକୁନ୍ତଳା ଳଳନା |
ଗର୍ଭସ୍ଥ ଶିଶୁକୁ ଏକାପାଳିଥିଲେ ତାଙ୍କ ମାତୃତ୍ବରେ ନ ଥିଲା ଛଳନା |
ପଞ୍ଚପାଣ୍ଡବ ସଙ୍ଗେ କର୍ଣ୍ଣ ବୀର ହନୁମାନ |
ଲବକୁଶ ଭରତଙ୍କ ଯୋଗ୍ୟ ରୂପେ କରି ନିର୍ମାଣ |
ସର୍ବେ କରିଥିଲେ ଯଦି ତାଙ୍କ ନିଧନ
କେମିତି ନିର୍ମାଣ ହୋଇଥାନ୍ତା ଏତେ ପୁରାଣ |
ହୋଇ ପଶୁପକ୍ଷୀ ପୋଷନ୍ତି ଶାବକ ଏକା କରାଇ ସ୍ତନ୍ୟପାନ
ଖୋଜିଣ ଆହାର ପକ୍ଷିଣୀ ପାଳଇ
ଶାବକକୁ ମମତାର ଉଦାହରଣ |
ହୋଇ ଶ୍ରେଷ୍ଠ ଜନ୍ମ ମଣିଷ ହୋଇଣ କଲେ ଏତେ ପାପ କରମ
ମାଆର ନାମଟି କଳଙ୍କିତ ହେବ ସହିବନି କେବେ ଧରମ |