ଗଛ ହିଁ ଭରସା
ଗଛ ହିଁ ଭରସା
ଏବେ ଏବେ ଆରମ୍ଭ
ହୋଇଛି ବର୍ଷା
ତରୁ ଲତା ଏବେ ଜୀବନ୍ତ
କୋଇଲି ଗାଉଛି ଗୀତ
କାଉର ଆଉ ଶୁଭୁନି ରାବ
ନବ ପଲ୍ଲଵରେ
ସପ୍ତ ରଙ୍ଗରେ ସବୁ ଗଛ
ରଙ୍ଗୀନ ହୋଇଛି
ନାନା ଜାତି ଫୁଲ ଫୁଟି
ଚାରିଆଡେ ମହକି ଉଠୁଛି
ଆମ୍ବ ନିମ୍ବ ବେଲ ଆଦି
ଗଛ ମାନେ ଉତଫୁଲ୍ଲ ଏଠି l
ହେଲେ ଯାହା ଖାଲି ବର୍ଷା
ହୋଇଲେ ଲଘୁଚାପ
ସବୁ ଋତୁ ଏବେ ଉଭାନ
ଅନୁଭୂତ ଖାଲି ରୌଦ୍ର ତାପ
ପ୍ରତ୍ୟୁଷରେ ଶିଶିର ପଡୁଛି l
ଏ ବର୍ଷ ପଡ଼ିଲା ହୁରି
ଶହେ ଏକୋଇଶି ବର୍ଷରେ
ଏତିକି ହୋଇନଥିଲା ତାତି
ସ୍ୱାର୍ଥପର ମଣିଷଟା
ଅବାଧ କାଟୁଛି ଗଛ
ଜଙ୍ଗଲ ହେଲାଣି ପଦା l
ଗଛମାନେ ସହୁଛନ୍ତି
ମଣିଷ ବଢ଼େଇବା ତାତି
ନିଜେ ଜଳି ପ୍ରଦୂଷଣକୁ ରୋକି
ସେମାନେ ରଖୁଛନ୍ତି ଆମକୁ
ତଥାପି ନ ବୁଝି ଆମେ
ଅନାୟାସ ରେ ସଫା କରୁ ତାଙ୍କୁ l
ବଣ ଜଙ୍ଗଲ କାଟି ସଫା କଲୁ
ପୁଣି ନିଆଁ ଲଗେଇ ମଜା ନେଲୁ
ରାସ୍ତା କଡ ତୋଟା ମାଳ
ଗଛ ସବୁ କଲୁ ସଫା l
ବିକାଶ ନାଁ ବିନାଶିଲୁ ନିଜକୁ
ମହାମାରୀ ବନ୍ୟା ବାତ୍ୟା ମରୁଡି
ଯେତେ ସବୁ ଦୁର୍ବିପାକରୁ
ବଞ୍ଚନ୍ତି ସେମାନେ ଅମକୁ l
ବଞ୍ଚିବାକୁ ହେଲେ ଆମକୁ
ଲଗାଇବାକୁ ହେବ ଗଛ
ନହେଲେ ପୋକ ମାଛି ପାରି
ମରିବାକୁ ହେବ ମଣିଷ ଜାତିକୁ l
ବିଜ୍ଞାନ ର ଅଗ୍ରଗତି
ବିନାଶ ଆଡକୁ ନେଉଛି ଆମକୁ
ପୃଥିବୀରୁ ସାରିଲାଣି ଅମ୍ଳଜାନ
ସୁନ୍ଦର ପୃଥିବୀକୁ ଧ୍ବଂସ କରି
ଆମେ ଯାଉଛେ ଖୋଜିବାକୁ
ମଙ୍ଗଳ ଓ ଚନ୍ଦ୍ର କୁ l
ସବୁ ବିପତ୍ତିରୁ ରକ୍ଷା ପାଇଁ
ଥିବା ଗଛକୁ ବଞ୍ଚେଇ
ଅଧିକ ଗଛ ଦରକାର ଆମକୁ
ଜନ ସଂଖ୍ୟା ବୃଦ୍ଧି ବିଜ୍ଞାନର ଗତି
ମୃତ୍ୟୁ ମୁଖକୁ ଠେଲିଛି ଆମକୁ l
ତେଣୁ
ସାମୁହିକ ଭାବେ ଲଗେଇବା ଗଛ
ଏହା ମନେ ପାଇବାକୁ ହେବ
ବରଷା ଦିନରେ ଗ୍ରୀଷମରେ ନୁହଁ
ଏଣୁ ଗଛ ହିଁ ଜୀବନ l