STORYMIRROR

Dr. Rajib Lochan Panigrahy

Action Classics Fantasy

4  

Dr. Rajib Lochan Panigrahy

Action Classics Fantasy

ନୀଳଚକ୍ର

ନୀଳଚକ୍ର

1 min
12

ନୀଳ କନ୍ଦରରେ ଲୀଳା ଲଗାଇଛ

ରତ୍ନ ସିଂହାସନେ ବସି

ତୁମ ଶ୍ରୀ ମନ୍ଦିର ଚୁଡାରେ ଚକର

ନୀଳ ବର୍ଣ୍ଣ ରୂପ ଧରି

ନୀଳ ଚକ୍ର ତୁମ ମନ୍ଦିର ଚୁଡାରେ

ପାଉଅଛି କେଡେ ଶୋଭା

ପ୍ରଭୁ ସୁଦର୍ଶନ ନୀଳଚକ୍ର ନାମେ

ବଢ଼ାଉଛି ତାର ଶୋଭା

ପତିତ ଉଦ୍ଧାର ପାଇଁକି ହେ ପ୍ରଭୁ

ଉଡାଇଛ ତୁମେ ଧ୍ବଜା

ପତିତପାବନ ବାନା ତାର ନାମ

ଭକ୍ତଙ୍କୁ କରେ ଆହ୍ୱାନ

ବହୁତ ଦୂରରୁ ଭକ୍ତଙ୍କୁ ଡାକନ୍ତି

ନୀଳଚକ୍ର ପରେ ବାନା

ନୀଳଚକ୍ର ପରେ ବାନାକୁ ଉଡାଇ

ଭକ୍ତଙ୍କର ମୋହ ମନ

ଭକତି ଭାବରେ ବାନ୍ଧୁଛ ଠାକୁରେ

ଉଡାଇ ତୁମ କେତନ

ଦରଶନ ତୁମ ନ ହୋଇଲା ନାହିଁ

ଦର୍ଶନ ନୀଳଚକ୍ର ବାନା

ନିକଚକ୍ର ତୁମ ଦର୍ଶନ କରିଲେ

କୋଟି ଜନମ ପାତକ

ଜଗତ ଜାକର ଭକତଙ୍କୁ ଟାଣେ

ତୁମ ନୀଳଚକ୍ର ନେତ

ତୁମ ନୀଳଚକ୍ର ନେତକୁ ଦେଖି

ଯାଉ ଭକତଙ୍କ ପ୍ରାଣ

ନିତ୍ୟଧ୍ୟାୟ ହେଉ ତୁମ ନୀଳଚକ୍ର

ତୁମ ଦୁଇ ଚକାନୟନ

ନଥିବ କେଉଁଠି ଜନ୍ମଜନ୍ମାନ୍ତରେ

ଯମରାଜଙ୍କ କଷଣ

ତୁମ ନୀଳଚକ୍ର ଦରଶନ କରି

ଡାକିଥିଲା କେତେ ଭକ୍ତ

କାହାକୁ ଉଦ୍ଧାରି କହାହାତୁ ଭୋଗ

ନେଇଥିଲେ ତ ଆପଣ

କେତେ ପତିତଙ୍କୁ ଉଦ୍ଧାରିଛି ତୁମ

ଶ୍ରୀମନ୍ଦିର ନୀଳଚକ୍ର

ନୀଳଚକ୍ର ଧ୍ୟାୟୀ ଆରମ୍ଭିଲେ ଦିନ

ନ ରହେ ଗ୍ରହ କଷଣ ।


Rate this content
Log in

Similar oriya poem from Action