ନୀଳଚକ୍ର
ନୀଳଚକ୍ର
ନୀଳ କନ୍ଦରରେ ଲୀଳା ଲଗାଇଛ
ରତ୍ନ ସିଂହାସନେ ବସି
ତୁମ ଶ୍ରୀ ମନ୍ଦିର ଚୁଡାରେ ଚକର
ନୀଳ ବର୍ଣ୍ଣ ରୂପ ଧରି
ନୀଳ ଚକ୍ର ତୁମ ମନ୍ଦିର ଚୁଡାରେ
ପାଉଅଛି କେଡେ ଶୋଭା
ପ୍ରଭୁ ସୁଦର୍ଶନ ନୀଳଚକ୍ର ନାମେ
ବଢ଼ାଉଛି ତାର ଶୋଭା
ପତିତ ଉଦ୍ଧାର ପାଇଁକି ହେ ପ୍ରଭୁ
ଉଡାଇଛ ତୁମେ ଧ୍ବଜା
ପତିତପାବନ ବାନା ତାର ନାମ
ଭକ୍ତଙ୍କୁ କରେ ଆହ୍ୱାନ
ବହୁତ ଦୂରରୁ ଭକ୍ତଙ୍କୁ ଡାକନ୍ତି
ନୀଳଚକ୍ର ପରେ ବାନା
ନୀଳଚକ୍ର ପରେ ବାନାକୁ ଉଡାଇ
ଭକ୍ତଙ୍କର ମୋହ ମନ
ଭକତି ଭାବରେ ବାନ୍ଧୁଛ ଠାକୁରେ
ଉଡାଇ ତୁମ କେତନ
ଦରଶନ ତୁମ ନ ହୋଇଲା ନାହିଁ
ଦର୍ଶନ ନୀଳଚକ୍ର ବାନା
ନିକଚକ୍ର ତୁମ ଦର୍ଶନ କରିଲେ
କୋଟି ଜନମ ପାତକ
ଜଗତ ଜାକର ଭକତଙ୍କୁ ଟାଣେ
ତୁମ ନୀଳଚକ୍ର ନେତ
ତୁମ ନୀଳଚକ୍ର ନେତକୁ ଦେଖି
ଯାଉ ଭକତଙ୍କ ପ୍ରାଣ
ନିତ୍ୟଧ୍ୟାୟ ହେଉ ତୁମ ନୀଳଚକ୍ର
ତୁମ ଦୁଇ ଚକାନୟନ
ନଥିବ କେଉଁଠି ଜନ୍ମଜନ୍ମାନ୍ତରେ
ଯମରାଜଙ୍କ କଷଣ
ତୁମ ନୀଳଚକ୍ର ଦରଶନ କରି
ଡାକିଥିଲା କେତେ ଭକ୍ତ
କାହାକୁ ଉଦ୍ଧାରି କହାହାତୁ ଭୋଗ
ନେଇଥିଲେ ତ ଆପଣ
କେତେ ପତିତଙ୍କୁ ଉଦ୍ଧାରିଛି ତୁମ
ଶ୍ରୀମନ୍ଦିର ନୀଳଚକ୍ର
ନୀଳଚକ୍ର ଧ୍ୟାୟୀ ଆରମ୍ଭିଲେ ଦିନ
ନ ରହେ ଗ୍ରହ କଷଣ ।