STORYMIRROR

Dr. Rajib Lochan Panigrahy

Action Classics Fantasy

3  

Dr. Rajib Lochan Panigrahy

Action Classics Fantasy

ଶ୍ରୀମନ୍ଦିର ପରିକ୍ରମା ମାର୍ଗ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ

1 min
11


ଆହା କି ସୁନ୍ଦର ରାଇଜ ମୋର

ଓଡିଶା ଅଟଇ ନାମଟି ତାର

ଶସ୍ୟ ଶ୍ୟାମ ବଣ ଜଙ୍ଗଲ ଭରା

ନଈ ନାଳ ସମୁଦ୍ର ଦିଶଇ ତୋରା

ଏ ରାଜ୍ୟ ଅଟଇ ଜଗନ୍ନାଥଙ୍କ 

ସେ ଯେ ଅଟଇ ଜଗତର ନାଥ

ଜଗତ ଜନଙ୍କ ସେ ମଉଡମଣୀ

ସବୁ ଦେବାଦେବୀ ମଧ୍ୟେ ଅଟଇ ଗୁଣୀ

ସମସ୍ତ ଭକତ ଆସନ୍ତି ହେଇ ଟାଣି

ବଳିଆର ଭୁଜ ଗହଳି ଲଗାଏ ଆଣି

ଆପଲକ ନୟନେ ସ୍ୱ ଚାହିଁଥାନ୍ତି

ଭକତ ଭାବରେ ବନ୍ଧା ସେ ପୁଣି

ଯେତେ ଲୋକ ଦୁନିଆରେ ଅଛନ୍ତି

ସଭିଏଁ ଆସିବେ ପୁରୀକୁ ହୋଇ ଟାଣି

ଦିନକୁ ଦିନ ଭକତ ବଢିଚାଲନ୍ତି

ତାଙ୍କ ଭଲ ପାଈଁ ସରକାର ଚିନ୍ତନ୍ତି

ମନ୍ଦିର ଚାରିପଟେ ପରିକ୍ରମା ମାର୍ଗ

କାମ ସରି ହେଲା ଏବେ ଲୋକାର୍ପିତ

ମନ୍ଦିରର ଯାହା ଶୋଭା ଥିଲା ପୂର୍ବରୁ

ବହୁଗୁଣେ ବଢିଗଲା ଲୋକାର୍ପଣରୁ

ସରକାର କଲେ ବୋଲି କହିଲେ ସଭିଏଁ

ଯାହାସବୁ ଘଟୁଛି ତାହା କରୁଛି ସିଏ

ତା ଇଂଗିତ ବିନା ପତ୍ରଟେ ବି ହଲେନା

ମଣିଷ ଛାର କିଏ କରିପାରିବ ତା ବିନା

ପୁରୀ ଗଜପତି ଅଟନ୍ତି ଚଳନ୍ତିଁ ଠାକୁର

ହୋମ ଯଜ୍ଞ କରି ସେ ମାର୍ଗ କଲେ ଲୋକାର୍ପିତ

କେହିଲେ ସେ ସାମ୍ବାଦିକ ସମ୍ମିଳନୀରେ

ସାତଶହ ବର୍ଷ ହେଲା ଏହା ଥିଲା ନଜରରେ

ଏବେ ନିର୍ଦେଶ ହେଲା ମହା ପ୍ରଭୁଙ୍କର

ସୁନ୍ଦର ପରିକ୍ରମା ମାର୍ଗ ତାଙ୍କର

ଲୋକାର୍ପିତ ହୋଇ ଦିଶିଲା ସୁନ୍ଦର

ଆନନ୍ଦିତ ଏବେ ନବୀନ ସରକାର

ସାକାର ହୋଇଲା ପ୍ରକଳ୍ପ ଜଗନ୍ନାଥଙ୍କର

ପରିକ୍ରମା ମାର୍ଗ ଅଟେ ଶ୍ରୀମନ୍ଦିରର

ଲୋକାର୍ପିତ ହୋଇ ଦିଶିଲା ଅତୀବ ସୁନ୍ଦର |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action