STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ଭାଗ୍ୟବାନ ମୁଁ

ଭାଗ୍ୟବାନ ମୁଁ

1 min
380


ହୃଦୟରୁ ପଦେ       କଥାଟି ଆନନ୍ଦେ

     କହିବାକୁ ଲାଗେ ଦ୍ଵିଧା,

ଆସ୍ତିକ ଭାବନା      ମନରେ ଆସେନା

      ଚିନ୍ତାଶକ୍ତି ଦିଏ ବାଧା।

ଭାଗ୍ୟବାନ ବୋଲି   କହିଲେ କେ ଖୋଲି

      ଦେଖନ୍ତି ସବୁ ଉନ୍ନତି।

ଜଣକ ପ୍ରଗତି        ଯଶ ମାନ ଖ୍ୟାତି

       ସୁକର୍ମର ପରିଣତି।

ଭାଗ୍ୟବାନ କହି      କାହା ମନ ମୋହି

       ହୁଏନା ନିଜର କରି,

ସହୃଦୟେ ଭାବ        ଯିଏ ରଖିଥିବ

      ମନ ନିଏ ସେ ସବୁରି।

ଯାଦୃଶି ଭାବନା       ତାଦୃଶି କାମନା

      ବଳେ ମିଳିଥାଏ ସିଦ୍ଧି,

ସ୍ଵତନ୍ତ୍ର ବିଚାର         ଏକାନ୍ତ ନିଜର

      ଦିଏ ସିନା ଜ୍ଞାନ ବୁଦ୍ଧି।

ପ୍ରକୃତି ନିୟମେ       ସବୁ ତ କରମେ

      ହୋଇଥାଏ ଫଳପ୍ରଦ,

ତା' ବିରୁଦ୍ଧେ ଗଲେ   ଅନ୍ୟଥା ଯେ କଲେ

       ମାଡ଼ି ଆସଇ ବିପଦ।

ଦକ୍ଷତାର ବଳେ      ସଫଳତା ମିଳେ

     ଭାବେ ସେ ଭାଗ୍ୟବାନ ମୁଁ,

ସୁଯୋଗ ସେ ଖୋଜି   କର୍ମେ ରହେ ମଜ୍ଜି

      ହୁଏ ସବୁ ଛୁଉଁ ଛୁଉଁ।

ଅନ୍ତରେ ସବୁରି      ପ୍ରତିଭା ଯେ ଭରି

      ରହିଅଛି ଶୁପ୍ତଭାବେ,

ପ୍ରଚେଷ୍ଟା ଉଦ୍ୟମେ    ମିଳେ ପରିଶ୍ରମେ

      ଅନ୍ୟଥା ହୁଏନା କେବେ।

ନିଜ ହାତେ ଧରି    ନିଜ ଭାଗ୍ୟ ଡୋରି

      ହୁଏ ଜଣେ ଭାଗ୍ୟବାନ,

ଆଳସ୍ୟ ହେଳାରୁ     ମିଳୁ ନଥିବାରୁ

     ସବୁ କରେ ପ୍ରତ୍ୟାଖ୍ୟାନ।

ସୁନ୍ଦର ପ୍ରକୃତି        ରଖିଛି ସାଇତି

     କହେ ସେ ଭାଗ୍ୟବାନ ମୁଁ,

ବିନିଯୋଗ କରି      ହୁଅ ଉପକାରୀ

      ଆତ୍ମଶକ୍ତି କହିବ ହୁଁ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action