STORYMIRROR

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ଆହେ ମହିୟସୀ ମଦର ଟେରେସା

ଆହେ ମହିୟସୀ ମଦର ଟେରେସା

1 min
378


ଆହେ ମହିୟସୀ ମଦର ଟେରେସା

ପ୍ରଗାଢ଼ ଉଦ୍ୟମ ସାହସ ଓ ନିଷ୍ଠା ।

ଧରି ଜନ ସେବା ଜୀବନ ତମାମ

କରି ବିନାଶିଛ ଜନତା ଙ୍କ ଦୈନ୍ୟ ।

ଅନନ୍ୟ ଉତ୍ସାହ ଅପାର ପ୍ରଯତ୍ନ

ସଞ୍ଚାରଇ ଦିବ୍ୟ ଭାବ ସୁମହାନ ।

ଦୁଃଖ , ଦୈନ୍ୟ, ପ୍ରପୀଡ଼ିତ ଜନତା ର

ସେବା କାର୍ଯ୍ୟେ ତୁମେ ଥିଲ ନିରନ୍ତର ।

ଗଢ଼ିଲ ବହୁତ ସେବା ଅନୁଷ୍ଠାନ

ଯହିଁ ଉପକୃତ ହୋନ୍ତି ଦୀନ ଜନ ।

ଅକଳନ ସଂସ୍ଥା ଦେଶ ବିଦେଶ ରେ

ଅଦ୍ୟାପି ରହିଛି  , ଦରିଦ୍ର ସେବାରେ ।

ସମାଜ ର ଅବହେଳିତ ଜନତା

ମୁଖେ ଭରି ଦେଇ ହସ ସରସତା ।

ରସମୟୀ କର ଜୀବନ ତାଙ୍କ ର

ମାଆ ପରି କରି ସଭିଙ୍କୁ ଆଦର ।

ରୋଗୀ , ଅଶିକ୍ଷିତ , ଅବହେଳିତ ଙ୍କ

ପ୍ରେରଣା ପ୍ରଦାୟୀ ଥିଲ ତୁମେ ମାତ ।

ଦୁଃଖ ପୀଡ଼ିତ ଓ ଅନାଥ ଜନ ଙ୍କ

ଆଶା ଭରସା ର ଜଳାଅ ଆଲୋକ ।

ଶିକ୍ଷା , ସ୍ୱାସ୍ଥ୍ୟ , ସେବା , ଯତନ ଯୋଗାଇ

ଦେଉ ଥିଲ ତୁମେ ନିଜ ମାଆ ପରି ।

ଅନନ୍ୟ, ଆଦର୍ଶ , ଉତ୍ସାହ ପ୍ରସାରି

ଜୀବନ ରେ ଥିଲ ସେବା ବ୍ରତ ଧରି ।

ଆହେ ମହିୟସୀ ମଦର ଟେରେସା

ଧନ୍ୟ ତୁମ , ତ୍ୟାଗ ମହାନତା ନିଷ୍ଠା ।

ଧରା ବକ୍ଷେ ଚିର କାଳ ଉର୍ଜସ୍ଵଳ

ପ୍ରଚାରିବ ବାର୍ତ୍ତା ସୁମହାନତର ।

ମୂର୍ମୁଷୂ , କ୍ଷୁଧାର୍ତ୍ତ , ଆର୍ତ୍ତ ପ୍ରପୀଡ଼ିତ

ନିରାଶ୍ରୟ , ବିକଳାଙ୍ଗ ଓ ଦୁର୍ଗତ ।

ପାଇଁ ସତେ କିବା ତୁମେ ଦେବ ଦୂତ

ସାଜି କରୁ ଥିଲ ପୀଡା ନିବାରିତ ।

ଦୟାଦ୍ର ହୃଦୟେ ଯୋଗାଇ ସାହସ

ନିତ୍ୟ ତାଙ୍କ ସେବା କ।ର୍ଯ୍ୟେ ନିମର୍ଜିତ ।

ଘୃଣା ହୀନ ସ୍ନେହ ପୂର୍ଣ୍ଣ ବ୍ଯବହାର

ନିଜ ହାତେ ଦିଅ ସଭିଙ୍କୁ ଆହାର ।

ଦୁରାରୋଗ୍ୟ ବ୍ୟାଧି ଚିକିତ୍ସା ରେ

ଧରି ଥାଅ ଦମ୍ଭ ସୁନିପୁଣ ତୁମ୍ଭେ ।

 ରୋଗ , ର ଆରୋଗ୍ୟ , ତୁମରି ସ୍ନେହ ରେ

ହେଉ ଥିଲା କେତେ ରୋଗୀ ଙ୍କ ର ଶିଘ୍ରେ ।

ଧନ୍ୟ ତୁମେ ସନ୍ୟାସିନୀ ଆଜୀବନ

ଗଢି ଅଛ ଯେତେ ଦାତବ୍ୟ।ନୁଷ୍ଠାନ ।

ଚିର ଦିନ ଦୁଃଖୀ ଦରିଦ୍ର ସେବାରେ

ନିୟୋଜିତ ଏବେ ଦେଶ ବିଦେଶ ରେ ।

ତୁମ୍ଭର ଆଦର୍ଶ ଉତ୍ତମ ବିଚାର

ସେବାର ସନ୍ଦେଶ କରାଏ ପ୍ରସାର ।

ଆଶ୍ଚର୍ଯ୍ୟ ଚକିତ କରି ଜନ ମନ

ହୃଦୟେ ଯୋଗାଏ ଦିବ୍ୟ ଉଦ୍ଧୀପନ ।


Rate this content
Log in

Similar oriya poem from Action