STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ଚାବିକାଠି ପେନ୍ଥା

ଚାବିକାଠି ପେନ୍ଥା

1 min
377

         

ବାକ୍ସ ଆଲମିରା ସିନ୍ଧୁକ ଠାରୁ

ଘରର ଦରଜା ଫାଟକ ପର୍ଯ୍ୟନ୍ତ ସବୁଠି ତ

ଝୁଲୁଛି ଦାମୀ ଦାମୀ ସବୁ କୋଲପ/ତାଲା 

ଆବଶ୍ୟକ ସମୟରେ ଖୋଲିବା ପାଇଁ

ଯତନେ ସାଇତି ରଖା ଯାଇଛି ଚାବିକାଠି ପେନ୍ଥା,

କେଉଁ ମାଲିକର ପକେଟରେ

ଅବା ସାଆନ୍ତାଣୀର କାନିରେ ହୁଏ ଗୁନ୍ଥା

ଧନ ସମ୍ପତ୍ତି ଟଙ୍କା ସୁନା ରୂପାକୁ ସାଇତି ରଖିବାକୁ

କେଉଁ କାଳରୁ ରହିଛି ଏଇ ପନ୍ଥା।

ସେ ଚାବି ଖୋଲିବାର ବହୁ ପୂର୍ବରୁ ହେଉଛି

ଚୋରୀ ଡକାୟତି ଲୁପ୍ତରାଜ କାହିଁକି...?

ଚାଲିଛି ଆଡୁଆଡ଼ରେ ସାମ୍ନାରେ ଦୈନିକ

ଯେତେ ପ୍ରତିରୋଧ କେବଳ ଏକ ମାନସିକ ସାନ୍ତ୍ଵନା,

ଯେଉଁ ବ୍ୟଭିଚାର ଲାଞ୍ଚ ମିଛକୁ ଡ଼ର

ତାହା ହିଁ ଘଟି ଚାଲିଛି କ୍ରମାଗତ ଭାବରେ

ଲାଗେ ସବୁ ପ୍ରହସନ ପ୍ରବଞ୍ଚନା

କାହା ଉପରେ ନାହିଁ ଭରସା ବିଶ୍ଵାସ ଟିକକ

ବୁଲି ପଡ଼ିଲେ ପଛକୁ ଖାଲି ପ୍ରତାରଣା।

ଲାଭ କ'ଣ ଜାବୁଡ଼ି ଧରି ଏ ଚାବିକାଠି ପେନ୍ଥା...?

ଆକଟର ବକଟେ ପିଲା କାଲିକୁ ବଡ଼ ହୋଇ

ହୁଏ ବିପଥଗାମୀ ବିଶୃଙ୍ଖଳିତ ନିଶାଗ୍ରସ୍ତ

ନିଜ ରକ୍ତକୁ ଅବିଶ୍ବାସ ସନ୍ଦେହ

ଆତଙ୍କ ଖେଳେ ପ୍ରାଣ ହୁଏ ଭୀତତ୍ରସ୍ତ,

ନ ଖାଇ ନ ପିଇ ସାଇତି ଥିବା ଧନ ଦୌଲତ

ହୁଏ ବାଟ ମାରଣା ଆଖି ଆଗରେ

ଯା' ଲାଗି ଜୀବନ ଯାକ ହେଉଥିଲେ ଅସ୍ତବ୍ୟସ୍ତ।

ବଜାର ସାରା ସବୁ ମହଙ୍ଗା ମାଡ଼

ଚାଲିଛି ଅପମିଶ୍ରଣ କଳାବଜାରୀ ତ ଖୋଲାଖୋଲି

ନାହିଁ ତ ଏଠି ସ୍ନେହ ମମତା ପ୍ରେମ ପ୍ରୀତି,

ଚାବି ପକାଇବାରେ ଅଛି କି ଲାଭ...?

ଯେଉଁଠି ସୁରକ୍ଷାର ନାହିଁ କିଛି ନିଶ୍ଚିତତା

ଫସର ଫାଟି ଯାଏ ସବୁ ମେହନତି।

ସେଠି ଏତେ ଆକଟର ମାନେ କଣ...?

କେବଳ ସମୟକୁ ଏକ ଆଖି ଠାର ମାତ୍ର

ସବୁ ଲାଗେ ରହସ୍ୟମୟ କୁହେଳିକାରେ ବିଚିତ୍ର,

ଯେ ପର୍ଯ୍ୟନ୍ତ ଖୋଲି ନାହିଁ ହୃଦୟର ତାଲା

ମନରେ ଆସି ନାହିଁ ସ୍ବଚ୍ଛତା ସାଧୁତା

ସତ୍ୟ ଶାନ୍ତି ଦୟା କ୍ଷମାର ମହନୀୟ ଗୁଣ

ରହିବନି ବିବେକ ବିଚାର ଶୁଦ୍ଧ ପବିତ୍ର।

ସୁରକ୍ଷିତ ନାହିଁ ଯେଉଁଠି ମଣିଷର ଓଳିକ ଜୀବନ

ସବୁ ନୀତି ନିୟମ ଆଦର୍ଶ ହୁଏ ଅନ୍ୟଥା,

ସେଠି କେତେ ଦିନ ଆକଟ କରି ଚାପି ରଖିବ

ଜୀବନର ଅପରିହାର୍ଯ୍ୟ ବିଭବକୁ ଚାବିକାଠି ପେନ୍ଥା...?

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action