STORYMIRROR

Satyanarayan Sahoo

Abstract Action Classics

4  

Satyanarayan Sahoo

Abstract Action Classics

ପବିତ୍ର ତାରା ଅରୁନ୍ଧତୀ

ପବିତ୍ର ତାରା ଅରୁନ୍ଧତୀ

1 min
218


ଅରୁନ୍ଧତୀ ତାରା ଦିଶଇ କି ତୋର।

ନୀଳ ବିହାୟସ କୋଳେ

ଚନ୍ଦ୍ରିକା ଚର୍ଚ୍ଚିତ ରଜନୀରେ ଶ୍ୱେତ

କ୍ଷୀଣ ସ୍ରୋତ ଆଲୋକରେ ।

ଦିବ୍ୟ ଚେତନାର କରଇ ପ୍ରସାର

ହରଇ ସେ ଜନ ମନ 

ଆଲୋକ ସନ୍ଧାନୀ ଓ ଜ୍ୟୋତି ବିଜ୍ଞାନୀ

ଯାହାର ଗୌରବ ଗାନ ।

କରି ଯାଇ ଥିଲେ ପ୍ରାଚୀନ ଯୁଗରେ

ଧର୍ମ, ସଂସ୍କୃତି ଆଧ୍ୟାତ୍ମ୍ୟ 

ଚେତନା ଯାହାର ପାଇଁ ଗରୀୟାନ

ସେ ପୁଣ୍ୟ ମୟୁଖ ଦାନ ।

କରି ଚିର କାଳରାତ୍ରୀକୁ ଉଜ୍ବଳ

କରି ଆସିଛି କେ କାଳୁ 

ଆକାଶ ଗଙ୍ଗାର  ସେ କେଉଁ ସୁଦୂର

ନକ୍ଷତ୍ର ମଣ୍ଡଳ କୋଳୁ ।

ଶିଶୁମାର ନକ୍ଷତ୍ର ମଣ୍ଡଳ ପାର୍ଶ୍ୱେ

ସପ୍ତର୍ଷି ମଣ୍ଡଳ କୋଳେ

ଉତ୍ତର ଆକାଶେ ଆରୁନ୍ଧତୀ ତାରା

ଉଜ୍ଵଳେ ଆଲୋକେ ଝଳେ ।

ବଶିଷ୍ଠ ନକ୍ଷତ୍ର  ନିକଟରେ ସ୍ଥିତ 

ଥାଏ ଯାହା ସବୁ କାଳେ

ପବିତ୍ର ତାରା ସେ ଅଟେ ଅରୁନ୍ଧତୀ 

କ୍ଷୀଣ ତେଜ ପ୍ରକାଶରେ । 

ଶତ ଶତ ତାରା ମେଳରେ ଏ ଧାରା

ଜ୍ୟୋତି ଧାରେ କ୍ଷୀଣ ହସ

ଦେଖାଇ ଚାରୁତା ପ୍ରାଣେ ମଧୁରତା

ଦିବ୍ୟ ଭାବ ସୁପ୍ରକାଶ ।

କରାଏ ଜୀବନେ ପବିତ୍ର ଦୀପ୍ତିରେ

ପବିତ୍ର ତାରା ସେ ନିତି

ନାନା ମତେ ନାନା ଭାବେ ଆଲୋଚନା

ଅରୁନ୍ଧତୀ ତାରା ଜ୍ୟୋତି ।



Rate this content
Log in

Similar oriya poem from Abstract