STORYMIRROR

Sunanda Mohanty

Tragedy Action Classics

4  

Sunanda Mohanty

Tragedy Action Classics

ବୋଉ

ବୋଉ

1 min
387


ଅନେକ କାହାଣୀ ବୋଉର ଚାହାଁଣୀ

ଉପେକ୍ଷା ନକରି ଅପେକ୍ଷାରେ ଥିବ

ସନ୍ତାନେ ଦେଖିଦେଲେ ଅଶ୍ରୁ ଝରାଇ

ମଙ୍ଗଳ ହେବା ଆଶୀର୍ବାଦ ଯେତେ ଦେବ

ଅଭିମାନ ଭୁଲି କଣ ଖାଇଛୁ ପଚାରୁଥିବ

ରୋଗ ଓ ବାର୍ଦ୍ଧକ୍ୟ ମାନ ଅଭିମାନ

ସବୁ ତା ଦୂରେଇ ଅଳ୍ପ ଅଳ୍ପ ହସୁଥିବ

କେତେ ଯେ ସାଇତା କଥାର ମୁକୁତା

ସାଉଁଟି କହିବ କହିବ ଭାବି ଲୁହ ଝରିଯିବ

ତୁ ଭଲରେ ଥାଆ, ଆ କି ନଆ

ଦୂର ପରବତ ସୁନ୍ଦର ପରି ସଂସାର କରି

କହି ଟିକେ ଛୁଇଁ ଆଉଁସି ଦେବ

ବୋଉ ବୋଲି ଡାକ ଶୁଭୁଥିଲା ମତେ

କା କା କହି ଉଡିଯାଉଥିଲା କାଉ

ଜାଣିଥିଲି ତୁ ଆସିବୁ ବୋଲି କହୁଥିବ

କୋଳରେ ତାହାର ଶୋଇବାକୁ ଥରେ

ମନ ହାଇଁ ପାଇଁ ହେଲେ ଫେରିବାକୁ ହେବ

ଫେରିପଡିଲେ ମୋ ପୁଅ ଝିଅ ଭଲରେ ରହନ୍ତୁ

ଠାକୁରଙ୍କୁ ମନାସିବ, ପୂଜା ପାଠ କରୁଥିବ

ସେଇ ବୋଉ ପୁଣି ଏଘର ସେଘର

ଦାଣ୍ଡରୁ ଦୁଆର ଅପେକ୍ଷାରେ ଥିବ

ଯୋଉଠି ଥା ଧନ ସବୁବେଳେ ନୟନ

ଦେଖିବାକୁ ଟିକେ ଝୁରୁଥିବ

ସଂସାର ଏହି ସେଇ ବୋଉ ଯେବେ ପଡ଼ିଥିବ

କେତେ ଦିନ ଆଉ ପଡିରହିବ ବୋଉ

ଡାକ୍ତରଙ୍କୁ ପଚରା ଯିବ

ଅନେକ ଦାଇତ୍ୱ କର୍ତ୍ତବ୍ୟ ଜଞ୍ଜାଳେ

ବୋଉ ସେବା କେ କରିବ

କେତେ ଦିନ ଆଉ ବଞ୍ଚିବ ବୋଉ କିଏ କହିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy