STORYMIRROR

padmaja pati

Action

4  

padmaja pati

Action

ମହାସାଗରର ଖେଦ

ମହାସାଗରର ଖେଦ

1 min
341

ମହାସାଗର ମୁଁ ଦେଇଛି ଆଶ୍ରୟ

କେତେ ଜୀବଜନ୍ତୁ ପରା

ହେଲେ ବି ମୋ ଦେହ ଅସ୍ଥିର, ଅଶାନ୍ତ

ଅନ୍ତର ବ୍ୟଥାରେ ଭରା।

ପ୍ରକାଶିତ ହୁଏ ମୋ ଦୁଃଖ ,ବେଦନା

ଲହରୀ ମାଳର ସୁରେ

ଧାଇଁ ଧାଇଁ ଯାଇ ପିଟି ହୁଅନ୍ତି ସେ

ବେଳାଭୂମି ବୁକୁ ପରେ।

ଘେରିଛି ଜୁଆର ଆତ୍ମାଟିକୁ ମୋର

ଗଡି ଛୁଏଁ ବେଳାଭୂଇଁ

ଯେତେ ଉଠେ ଫେଣ,ଗାଏ ପଞ୍ଚପଦୀ

କବିତା ସତେ କା' ପାଇଁ।

ହୁଏ ଛନ୍ଦାୟିତ ଢେଉର ସହିତ

ଅଙ୍ଗଭଙ୍ଗୀକୁ ଦେଖାଇ।

ନୀରବ, ନିଶ୍ଚଳ କୂଳଟି ଉପରେ 

ଜୁଆର ପିଟି ହୁଅଇ।

ପୁଣି ଫେରିଯାଏ ଦେଇ ପଛଘୁଞ୍ଚା

ଭିଜାଇ,ଚିହ୍ନ ଲିଭାଇ

ଫିଙ୍ଗିଥାଅ ଯାହା ମୋ ଦେହକୁ ତୁମେ

 କୂଳକୁ ଦିଏ ପଠାଇ ।

ପାଇ ବର୍ଷାଧାର ସୃଷ୍ଟି କରେ ବାଷ୍ପ

 ନେଇ ସୂର୍ଯ୍ୟାଲୋକ ତେଜ

ଧାରୁଆ ମୁଁ କା'ର ରହିନାହିଁ ତିଳେ

 ଏ କଥା ମନରେ ହେଜ ।

ଫିଙ୍ଗିଲେ ଅଳିଆ ଆବର୍ଜନା ସ୍ତୁପେ 

 ମୋ କୂଳ ହୁଏ ମଣ୍ଡିତ

 ବୋଲାଅ ନିଜକୁ ସଭ୍ୟ ମଣିଷ 

ଏଥିରୁ ହୁଅ ନିବୃତ୍ତ।

ଜାଣି ଜାଣି ଗୋଡେ ନ ମାର କୁରାଢ଼ୀ

ବଦଳାଅ ମତିଗତି

ନୋହିଲେ ଭୋଗିବ କଲା କର୍ମଫଳ

ଆଣିବ ଡାକି ଦୁର୍ଗତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action