STORYMIRROR

Naliniprava Subudhi

Action

3  

Naliniprava Subudhi

Action

ଚନ୍ଦ୍ରମା

ଚନ୍ଦ୍ରମା

1 min
154


ନୀଳ ଆକାଶ ର ରୂପେଲି ଚନ୍ଦ୍ରମା

ବାଦଲ ଉହାଡେ ଲୁଚନା।

ସରୋବରେ କଇଁ ଝୁରୁଛି ନୀରବେ

ବିରହିଣୀ ମନ ଭାଙ୍ଗନା।


ପୂର୍ଣ୍ଣିମା ଆକାଶେ ଉଇଁଆସ ଯେବେ

ତାରାମେଳେ ଢ଼ାଳି ଜୋଛନା

ବହୁଦୂରେ ଥାଇ ବିରହିଣୀ କଇଁ

ପ୍ରେମରେ ହୁଏ ଆନମନା।


ଶୁଭ୍ର କମନୀୟ ମନୋହର ରୂପ

ଦେଖି ମନେ ଜାଗେ ବାସନା।

ରୂପର ମାଧୁରୀ ପ୍ରେମିକା ମନରେ

ଲଗାଇଛି ପ୍ରେମ ଯାତନା।


ଉଆଁଶ ରାତ୍ରୀରେ ବିରହୀ ପ୍ରାଣରେ

ମନେ ଭରିଯାଏ ଯନ୍ତ୍ରଣା।

ତୁମ ଦରଶନେ ପୁଲକିତ ମନେ

ସୁଶୀତଳ ମନ କାମନା।


ଚନ୍ଦ୍ରମା ଗୋ ତୁମେ ରାହୁ ଗ୍ରସ୍ତ ଆଜି

ତୁମ ରୂପ କଳା ଜୋଛନା ।

କଇଁ ରାଣୀ ଆଜି ବିରହିଣୀ ସାଜି

ଝରାଉଛି ଅଶ୍ରୁ ଝରଣା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action