STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ପୁଣ୍ୟ ଜନମ ଭୂଇଁ

ପୁଣ୍ୟ ଜନମ ଭୂଇଁ

1 min
126


ଯେଉଁ ଦେଶରେ ମୁଁ ଜନମ ଲଭିଛି

    ପୁଣ୍ୟ ମୋ ଭାରତ ଭୂଇଁ

ତାହାରି ଜଳରେ ଗଢା ମୋ ଜୀବନ

    ପବନ ଦେଉଛି ଛୁଇଁ।

ଭାରତ ବର୍ଷ ର ଓଡ଼ିଶା ପ୍ରଦେଶ

  ପ୍ରିୟ ମୋ ସରଗ ଭୂଇଁ

ପ୍ରତିଟି ଶିଳା ରେ ଦେଖେ ଶାଳଗ୍ରାମ

   ମୋ ମନ ଦେଉଛି କହି।

ପ୍ରତି ବୃକ୍ଷ ଦିଶେ କଳ୍ପବଟ ଭଳି

   ଗିରି ଝରଣା ସାଗର 

ସବୁଠି ଦେଖୁଛି ଜଗନ୍ନାଥ ମୟ

   ପୁଣ୍ୟ ଓଡ଼ିଶା ମୋହର।

ଅହିଂସା ର ମନ୍ତ୍ର ଗୁଞ୍ଜରିତ ହେଲା

   ଧଉଳିଗିରି ର ପ୍ରାନ୍ତେ

ପ୍ରସରି ଯାଇଛି ସାରା ଜଗତକୁ

  ଇତିହାସ ଲେଖା ମତେ।

ଚାରି ଧାମ ବୁଲି ଶେଷରେ ଆସିଲି

    ନୀଳାଚଳ ପୁରୀ ଧାମ

କାଳିଆ ସାଆନ୍ତ ଲୀଳା ଖେଳା ଆହା

    ପ୍ରାଣେ ଦିଅଇ ସ୍ପନ୍ଦନ।

ଧନ୍ୟ ମୋ ଭାରତ ଧନ୍ୟ ମୋ ଓଡ଼ିଶା

     ଗର୍ବ ଅନୁଭବ କରି

ଜଗନ୍ନାଥ ସ୍ଵାମୀ ନିତି ସ୍ମରି ସ୍ମରି

   ଏ ଜୀବନ ଯାଉ ସରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action