Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Action

3  

Niranjan Mishra

Action

ଟଙ୍କା

ଟଙ୍କା

1 min
179



ନଶ୍ବର ଦୁନିଆ ଦେଖ ଭାଇ ମାନେ

ଟଙ୍କା ପାଇଁ କେତେ ନାଟ ।

ଲାଗିଛି ସର୍ବଦା ଦେଖ ସବୁଆଡେ

ଟଙ୍କା ପାଇଁ ଲାଗେ ହଟ  ।

ବିଡା ବିଡା ଟଙ୍କା କା ପାଖେ ରହିଛି

କା ପାଖରେ ତାହା ନାହିଁ ।

ଦି ଓଳି ଦିମୁଠା ଆହାର ନମିଳେ

କା ପାଖରେ ଟଙ୍କା ନାହିଁ ।

ଟଙ୍କା ଯଦି ପାଖେ ନଥିବ କାହାର

ଚଳିବ ସେ କେଉଁ ପରି ?

ଟଙ୍କା ନଥିବା ଲୋକଟି ଜୀବନରେ

କହ କି ପାରିବ କରି  ?

ଟଙ୍କା ନେଇ କେହି କରୁଅଛି ଖେଳ

କ୍ଷୀରୀ ପୁରି ରେ ଭାସୁଛି ।

ଗରିବ ବାପୁ ଟା ଟଙ୍କା ନଥିବାରୁ

ଭୋକରେ କାଳ କାଟୁଚି ।

ଲାଞ୍ଚ ଜୁଆ ଚୋରି ସବୁ କିଛି ହୁଏ

ଟଙ୍କା ଅରଜନ ପାଇଁ  ।

ମିଥ୍ୟା ପ୍ରବଞ୍ଚନା ଖଚ ମିଛ ସବୁ

କହିଥାନ୍ତି କେବେ କେହି ।

ଟଙ୍କା ପାଇଁ ନାଟ ଲାଗିଅଛି ନିତି

ଚୋରି ଡକାୟତି ହୁଏ ।

ଭୋଟ ରାଜନୀତି ଟଙ୍କା ପାଇଁ ଲାଗେ

କେତେ କେତେ କାଣ୍ଡ ହୁଏ ।

କଳାଟଙ୍କା ନେଇ ବିଦେଶ ରେ କେହି

ରଖଇ ତାକୁ ଲୁଚାଇ ।

ଭାବେ ନାହିଁ କେବେ ଦିନେ ହେଲେ

ଧରା ପଡିବ ସେ ଟଙ୍କା ପାଇଁ ।

ଅନ୍ୟାୟ ଅନୀତି ଅଧର୍ମ ରେ କେହି

କରିଲେ ଟଙ୍କା ଅର୍ଜନ  ।

ମନେ ରଖିଥିବ କେବେହେଲେ ଶୁଭ

ଫଳ ନ ଦେବ ସେ ଧନ ।୮।

ନିଜ କର୍ମ ଫଳେ ନିଜ ଧର୍ମ ବଳେ

ଅଧରମ ଉପାର୍ଜନ ।

କରିବ ବର୍ଜନ ସଦା ଏହା ଘେନ

ଟଙ୍କା କରିବ କଲ୍ୟାଣ ।

ଅଧରମ ଧନ କେବେ ନ ଅଣ୍ଟିବ

ନିଶ୍ଚେ ଯିବ ଏକଦିନେ।

ଟଙ୍କାର ଲକ୍ଷଣ ଏ ହାତୁ ସେ ହାତ

ହେବ ସ୍ଥିର ନୋହେ କ୍ଷଣେ ।



Rate this content
Log in

Similar oriya poem from Action