The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gangotri Priyadarshini

Abstract Action Inspirational

4.0  

Gangotri Priyadarshini

Abstract Action Inspirational

ସ୍ୱାଧୀନତା ର ସ୍ବାଦ

ସ୍ୱାଧୀନତା ର ସ୍ବାଦ

1 min
313



ମାେ ଦେଶ ପରାଧିନତାର କ୍ଷତକୁ

ଆଉ ଆଞ୍ଚୁଡି କ୍ଷତାକ୍ତ କରି ଦିଅନା .....

ଆମେ ପରା କାଗଜ କଲମରେ ସ୍ଵାଧୀନ

୭୪ବର୍ଷ ସ୍ଵାଧୀନତାର ଅନ୍ଧାରର ଜମାଟକୁ

ଅନ୍ଧ ପୁଟୁଳି ଖେଳିବାକୁ କହି

ମାେ ଆଖିରେ ବାନ୍ଧି ବାହାବାହା ସାଉଁଟୁଛ.....

ନିଜ ବେକରେ ଫୁଲମାଳ ପକେଇ

ବାହାସ୍ପୋଟ ଭାଷଣରେ ଗରିବର ପେଟ ଓଦା କରୁଛ

ଟାଳ ଟୁଳ ନୀତିରେ ଆମେ ମୁକ୍ତ ବୋଲି କହୁଛ.....

ପବନରେ ବିଷ ମିଶେଇ ପାଣିରେ କିରାସିନି ଢାଳି

ମାଆକୁ ପାଗଳ କହି ଗୋଡ଼ରେ ଜଞ୍ଜିର ପକେଇ

ଭାରତ ମାତାର ସେବକ କହି ଭିକ୍ଷାଵୃତି କରୁଛ...

ଆଜିବି ନାରୀ ଅସୁରକ୍ଷିତ ଜନ୍ମ ଦେଇଥିବା ପୁରୁଷ ପାଖେ

କଳାବଜାରୀ ପାପ ପାହାଡର ସୁଡ଼ଙ୍ଗରେ

ମୋହର ମରା ଉପୁରୀ ପୈତୃକ ସମ୍ପତ୍ତି ....

ଅନ୍ଧାର ଗଳିରେ ଅବୟବ ଚାଷ

ସୁଧଖୋରୀ ଅଳସୁଆର ବାରବାଟି କାରବାର

ଆମେ ସ୍ୱାଧୀନ ବୋଲି ଫଟା ଡିଣ୍ଡିମର ଗର୍ବ ଘୋଷ ..... ।



Rate this content
Log in

More oriya poem from Gangotri Priyadarshini

Similar oriya poem from Abstract