STORYMIRROR

Gangotri Priyadarshini

Abstract Action Inspirational

3  

Gangotri Priyadarshini

Abstract Action Inspirational

ସ୍ୱାଧୀନତା ର ସ୍ବାଦ

ସ୍ୱାଧୀନତା ର ସ୍ବାଦ

1 min
319


ମାେ ଦେଶ ପରାଧିନତାର କ୍ଷତକୁ

ଆଉ ଆଞ୍ଚୁଡି କ୍ଷତାକ୍ତ କରି ଦିଅନା .....

ଆମେ ପରା କାଗଜ କଲମରେ ସ୍ଵାଧୀନ

୭୪ବର୍ଷ ସ୍ଵାଧୀନତାର ଅନ୍ଧାରର ଜମାଟକୁ

ଅନ୍ଧ ପୁଟୁଳି ଖେଳିବାକୁ କହି

ମାେ ଆଖିରେ ବାନ୍ଧି ବାହାବାହା ସାଉଁଟୁଛ.....

ନିଜ ବେକରେ ଫୁଲମାଳ ପକେଇ

ବାହାସ୍ପୋଟ ଭାଷଣରେ ଗରିବର ପେଟ ଓଦା କରୁଛ

ଟାଳ ଟୁଳ ନୀତିରେ ଆମେ ମୁକ୍ତ ବୋଲି କହୁଛ.....

ପବନରେ ବିଷ ମିଶେଇ ପାଣିରେ କିରାସିନି ଢାଳି

ମାଆକୁ ପାଗଳ କହି ଗୋଡ଼ରେ ଜଞ୍ଜିର ପକେଇ

ଭାରତ ମାତାର ସେବକ କହି ଭିକ୍ଷାଵୃତି କରୁଛ...

ଆଜିବି ନାରୀ ଅସୁରକ୍ଷିତ ଜନ୍ମ ଦେଇଥିବା ପୁରୁଷ ପାଖେ

କଳାବଜାରୀ ପାପ ପାହାଡର ସୁଡ଼ଙ୍ଗରେ

ମୋହର ମରା ଉପୁରୀ ପୈତୃକ ସମ୍ପତ୍ତି ....

ଅନ୍ଧାର ଗଳିରେ ଅବୟବ ଚାଷ

ସୁଧଖୋରୀ ଅଳସୁଆର ବାରବାଟି କାରବାର

ଆମେ ସ୍ୱାଧୀନ ବୋଲି ଫଟା ଡିଣ୍ଡିମର ଗର୍ବ ଘୋଷ ..... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract