STORYMIRROR

Jayashree Maharana

Abstract Action Others

3  

Jayashree Maharana

Abstract Action Others

ସ୍ୱାଧୀନ ଦେଶର ଏ କିବା ଲକ୍ଷଣ

ସ୍ୱାଧୀନ ଦେଶର ଏ କିବା ଲକ୍ଷଣ

1 min
49

ଅନେକ ପ୍ରଶ୍ନରେ ଆନ୍ଦୋଳିତ ମନ ଉତ୍ତର ପାଏନା ଖୋଜି

ସମାଜ ଦାଣ୍ଡରେ ମୁକ୍ତିର ଆନନ୍ଦ କେଉଁଠି ଯାଇଛି ହଜି

ବିଦେଶୀ କବଳୁ ସ୍ୱାଧୀନ ଜନତା ନିଜ ଦେଶେ ପରାଧୀନ

ତଥାପି ଗରବେ କହୁଅଛୁ ସର୍ବେ ମୋ' ଦେଶ ଜାତି ମହାନ ।


ମଣିଷ ସମାନ ରକତ ସମାନ ଜାତିଭେଦ କରେ ଭାଗ

ଦୁର୍ବଳ ଉପରେ ବଇରୀ ସାଜୁଛି ସବଳର ଅହଂ ଗର୍ବ

ସରଳ ନିରୀହ ମଣିଷ ଜିଉଁଛି ଡରି ଡରି ଜୀବନରେ

ହିଂସା କପଟରେ ବଳିୟାନ ଯିଏ ବଞ୍ଚୁଅଛି ଆରାମରେ ।


କ୍ଷମତା ସମ୍ପତ୍ତି କରୁଅଛି ସ୍ୱାର୍ଥୀ ମଣିଷ ବିବେକ ଲୁଟି

ଗରିବ ସଢ଼ୁଛି ଅଭାବ ଭିତରେ ସ୍ୱପ୍ନ ଦେଖେ ଖଟି ଖଟି

ନାରୀ ସ୍ୱାଧୀନତା ପଡ଼ିଅଛି ବନ୍ଧା ଅଜ୍ଞାତ ଅଛପା ନାହିଁ

କନ୍ୟାଭ୍ରୂଣ ହତ୍ୟା ବଳାତ୍କାର ପୁଣି ଯୌତୁକ ଯାତନା ପାଇଁ ।


ସ୍ୱାଧୀନ ଦେଶର ଏ କିବା ଲକ୍ଷଣ ବିଚାରୁଛି ମନେ ମନେ

ବିହଙ୍ଗଠୁ ହୀନ ମଣିଷ ଜୀବନ ବଦଳିବ କିବା ଦିନେ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract