STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ନାମରେ ଉପଚାର

ନାମରେ ଉପଚାର

1 min
18


ଆହେ ମଧୁସୂଦନ 

ସଙ୍କଟ ମୋଚନ 

ଆହେ ପଦ୍ମନାଭ 

କଲ କି ଶୟନ 

ଆହେ ଜନାର୍ଦନ 

କି କରିବି ଭୋଜନ 

ଆହେ ବାମନ 

କେଣେ ମୁଁ କରିବି ଗମନ 

ଆହେ ପ୍ରଜାପତି 

ରକ୍ଷାକର ସଂହତି ସଂସ୍କୃତି 

ଆହେ ଚକ୍ରଧର 

ଯୁଦ୍ଧରେ ହେଲକି ମଗନ 

ଆହେ ଶ୍ରୀଧର 

ତୁମେ ରାଧାମୋହନ 

ଆହେ ବରାହ 

ନକ୍ର ନାଶନ ଗଜ ଉଦ୍ଧାରଣ 

ଆହେ ବିଷ୍ଣୁ 

କରାଅ ପ୍ରସାଦ ସେବନ 

ଆହେ ତ୍ରିବିକ୍ରମ 

ଇଚ୍ଛା ନାହିଁ ପ୍ରବାସେ ଗମନ 

ଆହେ ରଘୁନନ୍ଦନ 

ପାରିବିନି ପର୍ବତ ଆରୋହଣ

ଆହେ ନୃସିଂହ 

ଯିବାକୁ ଦିଅନା ଅରଣ୍ୟ 

ଆହେ ଗୋବିନ୍ଦ 

ଦେଖାଅନା ଦୁଃସ୍ବପ୍ନ 

ଆହେ ମାଧବ 

ସକଳ କର୍ମ କର ସିଦ୍ଧ 

ଆହେ ଭଗବାନ 

ଜଳ ଭୟ ଦୂର କର ବହନ 

ଆହେ ନାରାୟଣ 

ଅନ୍ତିମ କାଳର ନିଅ ଉପସ୍ଥାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract