ନାମରେ ଉପଚାର
ନାମରେ ଉପଚାର


ଆହେ ମଧୁସୂଦନ
ସଙ୍କଟ ମୋଚନ
ଆହେ ପଦ୍ମନାଭ
କଲ କି ଶୟନ
ଆହେ ଜନାର୍ଦନ
କି କରିବି ଭୋଜନ
ଆହେ ବାମନ
କେଣେ ମୁଁ କରିବି ଗମନ
ଆହେ ପ୍ରଜାପତି
ରକ୍ଷାକର ସଂହତି ସଂସ୍କୃତି
ଆହେ ଚକ୍ରଧର
ଯୁଦ୍ଧରେ ହେଲକି ମଗନ
ଆହେ ଶ୍ରୀଧର
ତୁମେ ରାଧାମୋହନ
ଆହେ ବରାହ
ନକ୍ର ନାଶନ ଗଜ ଉଦ୍ଧାରଣ
ଆହେ ବିଷ୍ଣୁ
କରାଅ ପ୍ରସାଦ ସେବନ
ଆହେ ତ୍ରିବିକ୍ରମ
ଇଚ୍ଛା ନାହିଁ ପ୍ରବାସେ ଗମନ
ଆହେ ରଘୁନନ୍ଦନ
ପାରିବିନି ପର୍ବତ ଆରୋହଣ
ଆହେ ନୃସିଂହ
ଯିବାକୁ ଦିଅନା ଅରଣ୍ୟ
ଆହେ ଗୋବିନ୍ଦ
ଦେଖାଅନା ଦୁଃସ୍ବପ୍ନ
ଆହେ ମାଧବ
ସକଳ କର୍ମ କର ସିଦ୍ଧ
ଆହେ ଭଗବାନ
ଜଳ ଭୟ ଦୂର କର ବହନ
ଆହେ ନାରାୟଣ
ଅନ୍ତିମ କାଳର ନିଅ ଉପସ୍ଥାନ ।