STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଧୋଇଗଲା

ଧୋଇଗଲା

1 min
10


ନାଲିପାନ ରାଜାର ଏକମାତ୍ର ହୃଦୟ 

ନାଲିପାନ ବିବି ଦେଲା ବିଦାୟ 

ବର୍ଷା ଧୋଇନେଲା ପ୍ରେମ ସମୁଦାୟ 

ନାଲିପାନ ରାଜା ବତୁରିହେଲା ଗଜା 

ନାଲିପାନ ବିବି ପାଇଲା ସଜା 

ବର୍ଷା ଧୋଇଦେଲା ପୁଣ୍ୟ ଦେବାଳୟ 

ନାଲିପାନ ରାଜା ହେଲା ଅଥୟ 

ନାଲିପାନ ବିବିର ନାହିଁ ବିଲୟ 

ବର୍ଷା ଧୋଇ ଆଖି ଲୁହରେ ଆଣିଲା 

ମଳୟ ପ୍ରଳୟ ଭିତରେ ବଳୟ 

ନାଲିପାନ ରାଜାକୁ ଚିହ୍ନିଥିଲା ବିବି 

ନାଲିପାନ ବିବି କହୁଥିଲା 

ସାଧବବୋହୂ ମୁଁ ହେବି 

ବର୍ଷା ଧୋଇଦେଲା ଉତ୍ତରୀୟ 

ବର୍ଷା ଆଣିଲା ମେଘମୟ 

ବର୍ଷା କଲା ହୀନସ୍ତା ଅତିଶୟ 

ନାଲିପାନ ରାଜାର ଯୋଉ ହୃଦୟ 

ନାଲିପାନ ବିବି ହୋଇଛି ନିରୁପାୟ 

ବର୍ଷା ଧୋଇଦେଲା ଛିଟ ଛିଟା ଅହରହ 

ସବୁ ଧୋଇ ହେଲା ନିଜେ ଗାଙ୍ଗେୟ 

ପୃଥିବୀକୁ ଧୋଇଲା ସମୁଦାୟ 

ନାଲିପାନ ରାଜା ଆଉ ନାଲିପାନ ବିବି 

ଧୋଇରେ ମରୁଡ଼ିରେ ଡରୁନଥିଲେ କତିପୟ 

ବର୍ଷା ଧୋଇଦେଲା ସବୁକିଛି ଦୁହେଁ ଅସହାୟ

ଧୋଇଗଲା ସବୁ ଧୋଇଗଲା ହାୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance