STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଧୋଇଗଲା

ଧୋଇଗଲା

1 min
7


ନାଲିପାନ ରାଜାର ଏକମାତ୍ର ହୃଦୟ 

ନାଲିପାନ ବିବି ଦେଲା ବିଦାୟ 

ବର୍ଷା ଧୋଇନେଲା ପ୍ରେମ ସମୁଦାୟ 

ନାଲିପାନ ରାଜା ବତୁରିହେଲା ଗଜା 

ନାଲିପାନ ବିବି ପାଇଲା ସଜା 

ବର୍ଷା ଧୋଇଦେଲା ପୁଣ୍ୟ ଦେବାଳୟ 

ନାଲିପାନ ରାଜା ହେଲା ଅଥୟ 

ନାଲିପାନ ବିବିର ନାହିଁ ବିଲୟ 

ବର୍ଷା ଧୋଇ ଆଖି ଲୁହରେ ଆଣିଲା 

ମଳୟ ପ୍ରଳୟ ଭିତରେ ବଳୟ 

ନାଲିପାନ ରାଜାକୁ ଚିହ୍ନିଥିଲା ବିବି 

ନାଲିପାନ ବିବି କହୁଥିଲା 

ସାଧବବୋହୂ ମୁଁ ହେବି 

ବର୍ଷା ଧୋଇଦେଲା ଉତ୍ତରୀୟ 

ବର୍ଷା ଆଣିଲା ମେଘମୟ 

ବର୍ଷା କଲା ହୀନସ୍ତା ଅତିଶୟ 

ନାଲିପାନ ରାଜାର ଯୋଉ ହୃଦୟ 

ନାଲିପାନ ବିବି ହୋଇଛି ନିରୁପାୟ 

ବର୍ଷା ଧୋଇଦେଲା ଛିଟ ଛିଟା ଅହରହ 

ସବୁ ଧୋଇ ହେଲା ନିଜେ ଗାଙ୍ଗେୟ 

ପୃଥିବୀକୁ ଧୋଇଲା ସମୁଦାୟ 

ନାଲିପାନ ରାଜା ଆଉ ନାଲିପାନ ବିବି 

ଧୋଇରେ ମରୁଡ଼ିରେ ଡରୁନଥିଲେ କତିପୟ 

ବର୍ଷା ଧୋଇଦେଲା ସବୁକିଛି ଦୁହେଁ ଅସହାୟ

ଧୋଇଗଲା ସବୁ ଧୋଇଗଲା ହାୟ ।


Rate this content
Log in

Similar oriya poem from Romance