ବରଷାରାଣୀ
ବରଷାରାଣୀ
ଆଶ୍ଚର୍ଯ୍ୟ ଅଭିସାର ବର୍ଷା ତୋର
ବାଜେ ରିମ ଝିମ ସ୍ୱରରେ ନୁପୁର
ମୟୁର ମୟୂରୀ ଡେଣାରେ
ବେଙ୍ଗ କେଁ କଟର ରଡ଼ିରେ
ଝିପି ଝିପି କେବେ ରାଗିଣୀ ମଲ୍ହାର
ତୁ ଚାତକିନି ମେଘବରଣା
ତୋ କୋକିଳ କଣ୍ଠରେ ଗାଉଣା
ତୋ ଛମ ଛମ ମିଠା ବାଜଣା
ସତରେ ଉଲ୍ଲସିତ କରେ କେତେ କାରେ
କଳାମେଘି ପାଟ ଓଢଣା
ମନହୁଏ ଥରଟିଏ ଡେଇଁ ଅଗଣା
ହୁଅନ୍ତି ଟୋପି ଟୋପି ଝରରେ ଅରଣା
ବର୍ଷାରାଣୀ ଗୋ ତୁମ କମନା ନିଆଁରେ
ମୁଁ ଜର ଜର ଜଳୁଛି ଖୋଜି ଠିକଣା
କିଏ ସେହି ରୁପମତୀ ଅଳସୀ ଅତି
ତୁମପରି ଋତୁମତୀ ବାଟଭୂଲି ଯାଏଚାଲି
ନଦେଇ ଠିକଣା ପାଉଣା ବରଣା
ସେକି ମାଣିକ ରହେ ମାଣିକିପାଟଣା
ସେକି ଶବରୀ ବୁଲୁଛି ବଣେ
ଖୋଜି ମିଠା କୋଳି ଦେବ ରାମ ଲଷ୍ମଣ
ମାଆ ସୀତାଙ୍କୁ ଶୁଣାଇ ଗାଉଣା
କଳକଳ ଛଳଛଳ ନଈପଠା ସମୁଦ୍ର ଗୋଟା
ଚିଲିକା ମୁହାଣ ଅରଣା ଅଠା
କୁଆପଥର ପଡୁଛି ସାରା ଅଗଣା
ଦିଶୁଛି ମୁକ୍ତା ମାଳି ରଖିକେ ଥାଳି
ଯାଇଛି ଚାଲି ଫେରିବାକୁ ଯାଇଛି ଭୁଲି
ମେଘ ହୁଏତ ଜାଣିଥିବ ଶ୍ରାବଣୀ ବରଣା
ବର୍ଷା ପ୍ରିୟା ବୁଝିଥିବ ସଖିର ଠିକଣା
ଅନେଇ ବସିଛି କୋଉ ପ୍ରିୟ ଜାଣିବାକୁ
କରିବ ମାଜଣା ଦେବୀଙ୍କ ଦେଇ ପାଉଣା
କାହିଁ ସେ ମାଘୁଆ ମେଘରେ ମେଘାର
ଠିକଣାରେ ଜଳଦ ପାଉଣା ମାତ୍ର ବାରଅଣା
