STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଆଷାଢ ରଥ

ଆଷାଢ ରଥ

1 min
0



ବରଷା ଆଖିରେ 
କଳାମେଘଟିପା ମାଖି 
ଆକାଶ ଛାତିରେ 
କିଏ ସେ ଦେଇଛି ଲେଖି 
ଲୁହ ଧାରେ କଳାମେଘ ବରଷିବ 
ଧରଣୀ ରାଣୀ ଜଳଦ ମାଖି 
ବିଜୁଳି ରହିବ ସାକ୍ଷୀ 
ଘଡଘଡି ସାଥେ ଚଡ଼ଚଡି 
ବଜାଇ ଡିଜେ ସାଥେ ହାତେ ରାକ୍ଷୀ 
ଧରି ଧରାକୁ ଓଲ୍ହାଇ ଆସନ୍ତି ସଧିରେ 
ମେଘ ଓଢଣୀରେ ବର୍ଷା ସୁମୁଖୀ 
କଳା କଜ୍ଜ୍ୱଳ ମାଖି 
ପକ୍ଷୀ ଦେଖି ଯାଏ ଚମକି 
ଭାବେ ବାଆ କଲେ ମୋର କିବା ଯାଏ 
ମୁଁ ତ ପକ୍ଷୀ 
ଶିଳ୍ପୀ ପରି ଘର ଦେଇଛି
ମାଖି ଓ ଯୋଖି 
ଏମିତି ସେମିତି ନୁଁହଁ ସଖି 
ସେଥିପାଇଁ କବି ଦେଇଛି ଲେଖି 
ବାଇ ଚଢେଇର କି ଯାଏ 
ମେଘ ପବନ ବର୍ଷାରେ ବସା ଦୋହଲୁଥାଏ 
ସତେ କି କଳାପକ୍ଷୀ 
ଆସି ମେଘ ସବାରୀରେ ଯାଆନ୍ତି ଦେଖି
ସୃଷ୍ଟି ତାଙ୍କ ବଞ୍ଚି ଅନ୍ୟକୁ ବିଞ୍ଚି 
ଅଛନ୍ତି କି ନାହିଁ ବର୍ଷା ମେଘରେ ସୁଖୀ 
ସମସ୍ତ ସୃଷ୍ଟି ପା ତାଙ୍କ ଦୁଃଖୀଧନ 
ଭଗବାନ ସିଏ ଭକତ ଦୁଃଖରେ ଦୁଃଖୀ 
ବରଷା କାଳରେ ମାଆ କୋଳରେ 
ଶିଶୁ ହସ ଦେଖି ଜଗତ ସୁଖୀ
ସନ୍ତୋଷ ପାଇ ଜଗନ୍ନାଥ 
ସଙ୍ଗେ ନେଇ ଭଉଣୀ ଭାଇ 
ଯିବେ ମାଉସୀ ଘର  ପୋଡପିଠା ଖାଇ 
ଝୁପୁ ଝୁପୁ ବରଷା ଟୋପି ଟୋପି 
ଦେଖି ଯିବ ଆଖି ଲାଖି 
ରଥ ଗଡୁଥିବ ଘାଇଁ ଘାଇଁ 
ଭକତ ଆନନ୍ଦ ଦେଖି ରଖିବେ ଲେଖି 
,,,,,,,,,,,,,,,,,,,


Rate this content
Log in

Similar oriya poem from Classics