ଆଖି ବୁଜିଦେଇ କିଏବା ଦେଖିଛି
କେମିତି ଦିଶଇ ଜହ୍ନ
ମନ ବୁଜିଦେଇ କିଏବା ପାଇଛି
ଜୀବନରେ ଟିକେ ପୁଣ୍ୟ
ମନ ଯାର ନାହିଁ ସେ କାହୁଁ ବୁଝିବ
ଅନ୍ୟର ଅଛି ଜୀବନ
ସଜୀଵ ନିର୍ଜୀଵ ବୁଝିବ ବିଜ୍ଞାନ
ସାହିତ୍ୟ ଜାଣେ ଏକା ମନ
ଲିଖନ ପଠନ ଅବା ଦିବ୍ୟଜ୍ଞାନ
ସବୁରେ ଶୁନ୍ୟ ଚିହ୍ନ
ସେଇ ଚିହ୍ନ କେବେ ଜହ୍ନରେ ରହିଛି
କେବେ କଳାଟିପା ପିନ୍ଧା ମନ
ଧନ ଯୌବନ ସବୁ ଅଢେଇ ଦିନ
କରିବାକୁ ଟୋପେ ପୁଣ୍ୟ
ଦେଇ ଦାନ କରି ପୁଣ୍ୟ ବଞ୍ଚାଇବାକୁ ଜୀବନ
ଅଧମ କରୁଛି ମନ
ସେହି ମନ ପୁଣି ମନା କରିଦିଏ
ଚୁନା ହୁଏ ସପନ
କଥା ଦିନ ନେଇ ଆସେ ରାତି ସରିଯାଏ
ମନରେ ଆବେଗ ଦହନ
ମନ ପୋଡ଼ିଗଲେ କେହି ଜାଣେନାହିଁ
ବନ ପୋଡ଼ିଗଲେ ଚିହ୍ନ
ଚିହ୍ନ ମନ କେବେ ପୁଣ୍ୟ ପସରାରେ
ଲୋଟାଇଦିଏ ଅସାର ଜୀବନ
ସେ ଜୀବନେ ନାହିଁ ସ୍ବପ୍ନ କି ଦହନ
ଅଛି ଗୋଟେ ରୁପା ଜୋତା ପିନ୍ଧା ଜହ୍ନ
ସୁନାଝରା ମନଧନ