ଗୋପର ସୁଖ କଳାମାଣିକ
ଓଠରେ ବଂଶୀ ମୁଣ୍ଡେ ମୟୁର ପୁଛ
କେ ଡାକେ କାହ୍ନୁ କେ ସାଇତି ମନୁ
ଦେଖିଲେ ପୁଚ୍ଛ କହ୍ନେଇ ଚି଼ହ୍ନୁ
ଗୋପ ପୁର ତୁଚ୍ଛ କହ୍ନେଇ ବିନୁ
ଗଲାଣି ଯେ ଦିନୁ
ଯଶୋଦା ଝୁରନ୍ତି କାହ୍ନୁ
କହି କହି କେଣେ ଗଲୁ ଜୀବନୁ
ତୁ ମୋର ଧନ ମନ ଜୀବନ
କାହିଁ ଗଲୁ ମଥୁରା ବୃନ୍ଦାବନ
କେବେ ଫେରିବୁ ବାବୁ ରଖିଛି
ସର ଲବଣୀ ନସରେ ତୋ ବିନୁ
ତୋ ବିହୁନେ କାନ୍ଦନ୍ତି ବଛା ଓ ଧେନୁ
କେଣେ ଛାଡିଗଲୁ ମୋ କାମଧେନୁ
କଳାମାଣିକ ମଥାରେ ଚାନ୍ଦର ଟିକିଲି
ଦେଇ ନପାରି ଝୁରୁଛି
କହି କହି ହା କାହ୍ନୁ ହା କାହ୍ନୁ
ଆ ଫେରି କୋଳେ ବସିବୁ କହେଁଇ
ରାଗ ରୁଷା ସବୁ ଦେ ତୁ ଦୂରେଇ
ତୋ ବିନା ଗୋପରେ ରାଧା ଝୁରେ
ଝୁରେ କଦମ୍ବ ଯମୁନା ବାରେ
ଆ ଫେରି ମୋର ପୁତ୍ର
ଲୋଡ଼ା ନାହିଁ ରାଜପୁତ୍ର
ତୁ ମୋ ମାଣିକ ତୋ ବିନୁ
ଦିନର ସୁରୁଜ ରାତିର ଚନ୍ଦ୍ରମା
ଦିଶନ୍ତି ସତେକି ହନୁ
ଅନ୍ଧୁଣୀ ବା୍ୟାଣୀ ମାଆ ତୋ ବିନୁ