STORYMIRROR

Sunanda Mohanty

Action Others

4  

Sunanda Mohanty

Action Others

ମେଘ

ମେଘ

1 min
16


ପରଦେଶୀ ନୁହଁ ମେଘ ତୁହି 

ଅମୃତ କଳସୀର ଜଳ ଆଣିଦେଇ 

ମାଟିମାଟାଳକୁ ଭାଙ୍ଗି ଚାଷୀ ପାଇଁ 

ଧରାକୁ ଉଜଳା ସୁଫଳା 

ଶସ୍ୟ ଶ୍ୟାମଳା ନାମ ଦେଇ 

କୁଆଡେ ଯାଉଛୁ ମେଘ ତୁହି 

ଘଡଘଡି ମାରେ ରହି ରହି 

ବିଜୁଳି ଆଲୋକେ ଆଲୋକିତ ମହୀ 

ବର୍ଷା ଦିନେ ଆସୁ ମେଘଭାଇ 

ମୌସୁମୀର ରାଜା ବୋଲାଇ 

ମେଘରାଜା ତୁ ଆସିଲେ 

ବଦଳି ଯାଏ ମହୀର ବିହି 

ଧରଣୀରାଣୀର କପାଳେ ଲେଖି ବହି 

ଓଦା ହୋଇ କହେ ଓଁ ନଇଁ 

କାଗଜ ଡ଼ଙ୍ଗାର ମାଦକତା ଆଉ ନାହିଁ 

ବୟସ କହୁଛି ରହିଯା ଦିଘଡି 

ଦେଖିବି ମୁନା ମୁନି ଡ଼ଙ୍ଗା ବାହି 

କହନ୍ତି ସମୟ ଆସୁଥା ଯାଉଥା 

ମେଘରାଜା ପରି ରୋଷଣୀ କାହିଁ 

ସାଧବ ବୋହୁର ପାଟ 

ପିନ୍ଧିକି କରୁଛି ନାଟ 

ବେଙ୍ଗୁଲିରାଣୀ କେଁ କଟର ମୁଣି 

ଫିଟାଇଛି ମେଘ ବାଘ ହୋଇ 

ବାଘ ପୋଷା ମାନେ ମେଘରାଜା ପାଇଁ 

ବାଘ ନଦେଖିଲେ ବିଲେଇ ଦେଖ କହି 

ମେଘ ନଆସିଲେ ନଈ ବହିଯିବ କାହିଁ 

ସମୁଦ୍ର ଫୁଲିବ କେମିତି ଲହଡି ଟିପା ନାଇ 

ମେଘରେ ମେଘ ବରଷା ହୋଇ 

ଜଳ ଢାଳିଦେ ଜୀଵନେ ବଞ୍ଚିବା ପାଇଁ ।।


Rate this content
Log in

Similar oriya poem from Action