ମେଘ
ମେଘ
ପରଦେଶୀ ନୁହଁ ମେଘ ତୁହି
ଅମୃତ କଳସୀର ଜଳ ଆଣିଦେଇ
ମାଟିମାଟାଳକୁ ଭାଙ୍ଗି ଚାଷୀ ପାଇଁ
ଧରାକୁ ଉଜଳା ସୁଫଳା
ଶସ୍ୟ ଶ୍ୟାମଳା ନାମ ଦେଇ
କୁଆଡେ ଯାଉଛୁ ମେଘ ତୁହି
ଘଡଘଡି ମାରେ ରହି ରହି
ବିଜୁଳି ଆଲୋକେ ଆଲୋକିତ ମହୀ
ବର୍ଷା ଦିନେ ଆସୁ ମେଘଭାଇ
ମୌସୁମୀର ରାଜା ବୋଲାଇ
ମେଘରାଜା ତୁ ଆସିଲେ
ବଦଳି ଯାଏ ମହୀର ବିହି
ଧରଣୀରାଣୀର କପାଳେ ଲେଖି ବହି
ଓଦା ହୋଇ କହେ ଓଁ ନଇଁ
କାଗଜ ଡ଼ଙ୍ଗାର ମାଦକତା ଆଉ ନାହିଁ
ବୟସ କହୁଛି ରହିଯା ଦିଘଡି
ଦେଖିବି ମୁନା ମୁନି ଡ଼ଙ୍ଗା ବାହି
କହନ୍ତି ସମୟ ଆସୁଥା ଯାଉଥା
ମେଘରାଜା ପରି ରୋଷଣୀ କାହିଁ
ସାଧବ ବୋହୁର ପାଟ
ପିନ୍ଧିକି କରୁଛି ନାଟ
ବେଙ୍ଗୁଲିରାଣୀ କେଁ କଟର ମୁଣି
ଫିଟାଇଛି ମେଘ ବାଘ ହୋଇ
ବାଘ ପୋଷା ମାନେ ମେଘରାଜା ପାଇଁ
ବାଘ ନଦେଖିଲେ ବିଲେଇ ଦେଖ କହି
ମେଘ ନଆସିଲେ ନଈ ବହିଯିବ କାହିଁ
ସମୁଦ୍ର ଫୁଲିବ କେମିତି ଲହଡି ଟିପା ନାଇ
ମେଘରେ ମେଘ ବରଷା ହୋଇ
ଜଳ ଢାଳିଦେ ଜୀଵନେ ବଞ୍ଚିବା ପାଇଁ ।।
