STORYMIRROR

Sunanda Mohanty

Tragedy Fantasy Others

3  

Sunanda Mohanty

Tragedy Fantasy Others

ବର୍ଷାର ମନମାନୀ

ବର୍ଷାର ମନମାନୀ

1 min
18


ପ୍ରଜାପତିର ଡେଣା ଭାଙ୍ଗିଦେଲୁ 

କେମିତି ଉଡ଼ିବ ସିଏ ଏବେ 

କଙ୍କିର ପର ଦୁଇଟା ମଧ୍ୟ ତଦ୍ରୁପ 

ବଞ୍ଚିବାର ସୂତ୍ର ଛଡେଇ କଣ ପାଇଲୁ 

ନିଜେ ବଞ୍ଚି ଅନ୍ୟକୁ ଦେଉଥାଆନ୍ତି 

ବଞ୍ଚିବା ବିଭବ ଓ ବୈଭବ 

ବର୍ଷା ଦିଏ କାଳେ ମୋକ୍ଷ ଜପ ତପ 

କାହାକୁ କେଜାଣି 

ନୀଳକଇଁ ମୁଣ୍ଡ ଉଠେଇ ଚାହିଁନି 

ଚାନ୍ଦ ଦେଖାଯାଏନି 

ସୂର୍ଯ୍ୟ ନିଶ୍ଚୟ ବ୍ୟସ୍ତ ଅଛନ୍ତି ଯୋଗ ତପ ଜପ 

ବଉଦ ନିର୍ବେଦ 

ଝିଙ୍କାରୀର ଝିଂ ଝିଂ ସ୍ୱର 

ବେଙ୍ଗର କେଁ କଟର କଟର 

ତାଙ୍କ ସ୍ଥିତି ଓ ଅବସ୍ଥିତି ସୂଚାଏ ବଞ୍ଚିବା ବେଳ 

ଚାଷୀ ଭାଇର ହଳ ଓ ଲଙ୍ଗଳ 

ସାଥେ ମୁଠେ ପଲିଥିନରେ ପାଖାଳ 

ସୂର୍ଯ୍ୟଙ୍କ ଉତ୍ତାପରେ ନାହିଁ ଛତ୍ରଛାଳ 

କାଉଟା ଉଡ଼ିପାରୁନି 

ଝିଣ୍ଟିକାର ଖାଦ୍ୟ ନାହିଁ 

ପିମ୍ପୁଡି କହେ ବଦଳା ସ୍ଵଭାଵ 

ଆକାଶରେ ଭରା ଜଳଦ ବାରିଦ 

କାଗଜ ଡ଼ଙ୍ଗା ଭସାଇ ଶିଶୁ କିଶୋରଙ୍କୁ ଜର 

ଯୁବକ ଲେଖୁନି କବିତା ତାରା ନାହିଁ ଆକାଶରେ 

ଆକାଶର ଓଦା ସବୁ ପର 

କ୍ଷେତରେ ବି ପାଣି କାଦୁଅ ମାଟିମଟାଳ ଭାଙ୍ଗୁ ଭାଙ୍ଗୁ 

ଚାଷୀ ଘରଣୀ ମନ ଦୁଇଫାଳ 

ଥିରି ଥିରି ପାଦ ପକାଉ ପକାଉ 

ସାଧବ ବୋହୂ ଖୋଜେ ଦ୍ବିପହର 

ବର୍ଷାରେ ଶୁଖୁନି ଘର ଦ୍ୱାର କାନ୍ଥ ବାଡ଼ 

ଛାଡ଼ୁନି ମନ ଦରଜ ଓ ଜର 

ବର୍ଷା ଆସୁ ମେଘ ବରଷୁ 

କହୁଥିବା ଲୋକେ ଥୋକେ ଗପୁଥାଆନ୍ତି 

ବର୍ଷା କରିଛି ପାପ 

ଜହ୍ନ ସୂର୍ଯ୍ୟଙ୍କ ଆତଯାତରେ ଲଗାଇ ଅଙ୍କୁଶ 

କେଡେ ତା ବହପ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy