STORYMIRROR

Chittaranjan Nanda

Tragedy Others

3  

Chittaranjan Nanda

Tragedy Others

ହେ ଇଶ୍ୱର ଦେଖା ସଂକଟମୋଚନ କୀର୍ତ

ହେ ଇଶ୍ୱର ଦେଖା ସଂକଟମୋଚନ କୀର୍ତ

1 min
194


ହୃଦୟ ମନ୍ଦିରରେ ଭକ୍ତ ବସାଇଛି ପ୍ରଭୁ,

ଅଛ ତ ମନ୍ଦିର ଗୀର୍ଜା ଭିତରେ

ଭକ୍ତ ତ ଧାଏଁ ବିଭିନ୍ନ ତୀର୍ଥସ୍ଥାନ, ଆଶା

ଅଭିଳାଷା ଥାଏ ତୁମ ଦର୍ଶନରେ   


ଲହର ପରେ ଲହର, କୋଭିଡ ଭୁତାଣୁ

କେତେ ଭକ୍ତଂକ ଜୀବନ ନେଲାଣି 

ହେ ଇଶ୍ୱର ସଂକଟ କାଳେ ପରା ହୁଅ ସାହା, 

ସେହି ଲୀଳା ତ ଦେଖା ଯାଉନି


ହେ ଇଶ୍ୱର, ଧ୍ୱଂସକାରୀ ଯଦି ତୁମର ରୂପ,

ଉଦ୍ଧାରକର୍ତ୍ତା ବୋଲି କିଆଁ କହିବି?

କେଉଁ ଯଶ ଖ୍ୟାତି ମାନ ପାଇଁ କୁହ, ତୁମରି 

ଚରଣବୃନ୍ଦରେ ମୁଁ ଶରଣ ପଶିବି?


ଲୋଡ଼ା ନାହିଁ ମୋର ଧନ, ମାନ, ସ୍ୱର୍ଗ, ତୁମ

ଦର୍ଶନ, ବୈକୁଣ୍ଠ ଅବା ମୁକ୍ତି, 

ମାଗୁଛି ଏତିକି, ଆଜି ପରିସ୍ଥିତିରେ ଦେଖାଅ 

ତମର ସଂକଟମୋଚନ କୀର୍ତ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy